Monday, October 12, 2026
Home ଆଞ୍ଚଳିକ ଦେଶୀ ଆମ୍ବ ଚାରା ରୋପଣ କାର୍ଯ୍ୟକ୍ରମ

ଦେଶୀ ଆମ୍ବ ଚାରା ରୋପଣ କାର୍ଯ୍ୟକ୍ରମ

31

ବାଲିଗୁଡା,୩୧/୭{ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ନିକଟ ଜାତୀୟ ରାଜପଥ ୫୯ ଠାରୁ ଆରମ୍ଭ କରି ଲଙ୍କାଗଡ଼ ପର୍ଯ୍ୟନ୍ତ ଦୀର୍ଘ ୯କିମି ବ୍ୟାପି ରାସ୍ତାର ଉଭୟ ପାର୍ଶ୍ୱରେ ଦେଶୀ ଆମ୍ବ ଚାରା ଆଜି ଶୁକ୍ରବାର ଦିନ ରୋପଣ କରାଯାଇଛି । ଏହି ଅଞ୍ଚଳର 25 ରୁ 30 ଜଣ ବ୍ୟକ୍ତି ଙ୍କୁ ନେଇ ପ୍ରାୟ 2500 ଚାରା ଓ ଟାକୁଆ ରୋପଣ କରାଯାଇ ଥିଲା । ପ୍ରକାଶ ଥାଉକି କନ୍ଧମାଳ ଜିଲ୍ଲାର ଦେଶୀ ଆମ୍ବ ବା ଟୁରି ଆମ୍ବର ଏକ ସ୍ୱତନ୍ତ୍ରତା ରହିଛି । ବଣ ଜଙ୍ଗଲ ପଦର ଓ ରାସ୍ତା କଡରେ ଅବସ୍ଥିତ ଏହି ଆମ୍ବ ଆକାର, ସ୍ୱାଦ, ବାସ୍ନା ଓ ରଙ୍ଗ ଦୃଷ୍ଟି ରୁ ପ୍ରତ୍ୟେକ ଗଛର ଆମ୍ବ ପରସ୍ପର ଠାରୁ ଭିନ୍ନ ଅଟେ । ଏହି ଆମ୍ବ ପାଚିଲା ପରେ ସ୍ଥାନୀୟ ଲୋକେ ଏହାକୁ ସଂଗ୍ରହ କରି ନିଜେ ଖାଇବା ବ୍ୟତୀତ ବଜାର ରେ ବିକ୍ରି କରିବା ସହ ଆମ୍ବ ସଢା ଓ ଚମେୟିତ ତିଆରି କରି ବିକ୍ରି କରି ବେସ କିଛି ଅର୍ଥ ରୋଜଗାର କରିଥାନ୍ତି । ମଣିଷ ଠାରୁ ଆରମ୍ଭ କାରି ଜୀବଜନ୍ତୁ, ପଶୁପକ୍ଷୀ ଏହାକୁ ଖାଦ୍ୟରୂପେ ବ୍ୟବହାର କରିଥାନ୍ତି । ଗରିବ ଲୋକ ଏହି ଆମ୍ବ ସହ ଲୁଣ ଲଙ୍କା କରି ତରକାରୀ ବିନା ପଖାଳ ଖାଇଦେଇଥାଆନ୍ତି ।