Tuesday, October 13, 2026
Home ଆଞ୍ଚଳିକ ଗୁଣୁପୁର ବିଧାୟକ ଓ ଜିଲ୍ଲା ବିଜୁ ଛାତ୍ରଜନତା ସଭାପତିଙ୍କ ଗୁଣ୍ଟୁର ଗସ୍ତ।।

ଗୁଣୁପୁର ବିଧାୟକ ଓ ଜିଲ୍ଲା ବିଜୁ ଛାତ୍ରଜନତା ସଭାପତିଙ୍କ ଗୁଣ୍ଟୁର ଗସ୍ତ।।

50

ରାୟଗଡା,୩୧/୭ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ଗୁଣୁପୁର ଅଂଚଳରେ ହଇଚଇ ସୃଷ୍ଟିକରିଥିବା,ଗୁଣ୍ଟୁର ମାଛ ପୋଖରୀରେ କାମକରି 6 ଜଣ ଜିଅନ୍ତା ପୋଡ଼ିଯାଇଥିବା ଘଟଣା ସ୍ଥଳରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ଜିଲ୍ଲାଛାତ୍ର ଜନତା ସଭାପତି ମୃତକଙ୍କ ପରିବାରକୁ ଭେଟି ଆଲୋଚନା କରିଥିଲେ।ସେଠାକାର ଜିଲ୍ଲାପାଳ ବିବେକ ଯାଦବ ଓ ଏସପି ଆରିଫ ହଫିଜଙ୍କ ସହ କଥା ହୋଇଥିଲେ।ଗୁଣୁପୁର ବିଧାୟକ କହିଥିଲେ ଯେ, ମୃତକଙ୍କୁ ନିଜଘରକୁ ପଠାଇବା,କମ୍ପାନି ତରଫରୁ କଣ ପରିବାରକୁ ମିଳିବ,ଆନ୍ଧ୍ରସରକାର କଣ ଅନୁକମ୍ପାରାଶି ପ୍ରଦାନ କରିବେ।ଏହି ସମୟ ଭିତରେ ଆନ୍ଧ୍ର ସରକାର ତରଫରୁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ପ୍ରତି ମୃତକଙ୍କ ପରିବାରକୁ 3ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି।ଫାର୍ମ ମାଲିକଙ୍କୁ ପ୍ରତି ପରିବାରକୁ 5ଲକ୍ଷ ଟଙ୍କା ଦେବାକୁ ଗୁଣୁପୁର ବିଧାୟକ ଆଲୋଚନା କରିଛନ୍ତି।ବିଧାୟକ ଓ ଛାତ୍ରଜନତା ସଭାପତିଙ୍କ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିବା,ଅନୁକମ୍ପାରାଶି ବିଷୟ କଥାହୋଇ ସମାଧାନ କରିଥିବାରୁ ଗୁଣୁପୁର ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।

ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।