
ଗୁଣପୁର/ରାୟଗଡା,୩୦/୭(ଜିଲ୍ଲା ଖବର ) ଗୁଣୁପୁର କରୁନା କଟକଣା ଓ ଗତଦୁଇ ବର୍ଷ ଧରି ଲାକଡାଉନ,ସଡ଼ଡାଉନ ଯୋଗୁଁ ଜୀବିକା ହରାଇଛନ୍ତି ରାୟଗଡ଼ା ଜିଲ୍ଲାର ଅନେକ ପରିବାର ।ସେଇଥି ପାଇଁ ରାୟଗଡା ଜିଲ୍ଲାର ଗୁଣୁପୁର,ଗୁଡାରି,ରାମନଗୁଡା ଓ ମୁନିଗୁଡାରୁ ଅନେକ ଦାଦନ ଖଟିବା ପାଇଁ ଆନ୍ଦ୍ରକୁ ଯାଇଥାନ୍ତି।କିଏ ଫେରେ ତ ଆହୁ କିଏ ଦୁର୍ଘଟଣାରେ ପ୍ରାଣ ହରାଇଥାନ୍ତି?ଏଭଳି ଏକ ଦୁଃଖଦ ଭରା ଓ ହୃଦୟ ବିଦାରକ ଦୃଶ୍ୟ ଟି ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଅଞ୍ଚଳରେ।ଗତ ଦୁଇ ମାସ ତଳେ ଗୁଣୁପୁର ବ୍ଲକ ଅଧିନ ଭୀମପୁର ଗ୍ରାମ ପଞ୍ଚାୟତ ରେ ଥିବା ଝୁମ୍ପାପୁର,ଫୁଲପୁଟି ଗ୍ରାମରୁ କିଛି ଲୋକ ଦାଦନ ଖଟିବା ପାଇଁ ଆନ୍ଦ୍ରପ୍ରଦେଶ କୁ ଯାଇଥିଲେ।ଆନ୍ଦ୍ରପ୍ରଦେଶ ରେ ଥିବା ଗୁଣ୍ଟୁରୁ ଜିଲ୍ଲାର ରେପଲି/ଲାଙ୍କିଡିବା ଠାରେ ଏକ ଚିଙ୍ଗୁଡ଼ି ଫେକ୍ଟ୍ରି ରେ କାର୍ଯ୍ୟ କରୁଥିଲେ।ଗତ (୨୯/୦୭)କାଲି ବିଳମ୍ବିତ ରାତିରେ ସମସ୍ତେ ଖାଇ ଶୋଇବା ସମୟରେ ହଠାତ ବିଦ୍ୟୁତ ସଟସର୍କିଟ ହେବାରୁ ସେଠାରେ ଥିବା ଫମ(foum)ରେ ନିଆଁ ଲାଗିଯାଇଥିଲା।ଫଳରେ ପୋଡିହୋଇ ସେଠାରେ ଛଅ ଜଣଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଛି।ମୃତକ ମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲାରୁ ୫ଜଣ ଥିବାବେଳେ ଗଜପତି ଜିଲ୍ଲାରୁ ଜଣେ ବୋଲି ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି।ମୃତକ ମାନେ ହେଲେ ଗୁଣୁପୁର ବ୍ଲକରେ ଥିବା ଫୁଲୁଫୁଟି ଗ୍ରାମର ନାରାୟଣ ଶବରଙ୍କ ପୁଅ କରୁଣା ଶବର(୧୮),ଗଦା ଶବରଙ୍କ ପୁଅ ପାଣ୍ଡବ ଶବର(୧୯),ତଲେଇବା ଶବରଙ୍କ ପୁଅ ମୋହନ ଶବର(୧୬),ଅନ୍ୟ ଜଣେ ଝୁମ୍ପାପୁର ଗ୍ରାମର ପକନା ଗମାଙ୍ଗଙ୍କ ପୁଅ ରାମମୂର୍ତ୍ତି ଗମାଙ୍ଗ(୧୫),ସେହିପରି ଗୁଣୁପୁରର ମୋତିଲାଲ ନଗର ରେ ରହୁଥିବା ଜଗରାଓ ଶବରଙ୍କ ପୁଅ ନବୀନ ଶବର(୧୭) ଥିବା ବେଳେ ଅନ୍ୟ ଜଣେ ଗଜପତି ଜିଲ୍ଲାରୁ ବୋଲି ଜଣାପଡିଛି। ଉକ୍ତ 6 ଜଣଙ୍କ ମଧ୍ୟରୁ 3 ଜଣ ନାବାଳକ ଥିବାରୁ ଜିଲ୍ଲା ଲେବର ଅଫିସର କାହିଁକି କିଭଳି ପରିମିସନ ଦେଇଥିଲେ ବୋଲି ବୁଧିଯିବି ମହଲରେ ପ୍ରଶ୍ନ କରିଛନ୍ତି.ବହୁତ କମ୍ପାନୀ ଏହିଭଳି ନା ବାଳକ ମାନଙ୍କୁ କମ ପଇସାଦେଇ କାର୍ଯ୍ୟ ହାସଲକରୁଥିବାର ନଜରକୁ ଆସୁଥିଲେବି ଜିଲ୍ଲା ପ୍ରଶାସନ କେମିତି ଜାଣିପାରୁନାହାନ୍ତି ବୋଲି ଜିଲ୍ଲାବାସୀ ପ୍ରଶ୍ନ କରିଛନ୍ତି.ନିଜ ରାଜ୍ୟରେ ଖାଇବାକୁ ନ ପାଇ ଘରର ସମସ୍ତ ସଦସ୍ୟ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି.କେତେକ ଦାଦନ ମାନେ ବାହାର ରାଜ୍ୟରେ ବିଭିନ୍ନ ପ୍ରକାର ଅସୁବିଧାର ସମୁଖିନ୍ନ ହେଉଥିଲେବି ଓଡିଶା ସରକାର ସେମାନଙ୍କ ପାଇଁ କୌଣସି ସୁବିଧା କରିପାରୁ ନାହାନ୍ତି.ତେଣୁ ରାଜ୍ୟସରକାରଙ୍କ ପକ୍ଷରୁ ମୃତଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇବା ପାଇଁ ଜିଲ୍ଲାପ୍ରଶାସନକୁ ପରିବାରଲୋକେ ଅନୁରୋଧ କରିଛନ୍ତି।
ରିପୋର୍ଟ-ରାମନାଥ ମହାନ୍ତି ।


