
ବାଲିଗୁଡା, 3/11(ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନାରେ ଆମ ପୋଲିସ କାର୍ଯ୍ୟକ୍ରମ କରାଯାଇଛି l ଏହି କାର୍ଯ୍ୟକ୍ରମରେ ସାରଙ୍ଗଡ଼ ସମିତି ସଭ୍ୟ ଜୟଶେନ ପୂଜାରୀ, ସାରଙ୍ଗଡ଼ ସରପଞ୍ଚ ଅହଲ୍ୟା ପ୍ରଧାନ, ବଣ୍ଡଗୁଡ଼ା ସରପଞ୍ଚ ସଙ୍ଗୀତା ନାୟକ, ଗାନ୍ଦ୍ରୀଗାଁ ସରପଞ୍ଚ ଚନ୍ଦ୍ର ଶେଖର ପ୍ରଧାନ, ଚାଞ୍ଚେଡ଼ି ସରପଞ୍ଚ ରାଜକିଶୋର ପ୍ରଧାନ, ପଡ଼ାଙ୍ଗୀ ସରପଞ୍ଚ ଲଳିତ ମୋହନ ପ୍ରଧାନ, ମା ପାଟଖଣ୍ଡା ବଣିକ ସଂଘର ସଭାପତି କେଶବ ଚନ୍ଦ୍ର ସାହୁ, ଦୁର୍ଗାପୂଜା କମିଟିର ଲୋହିତସ ନାୟକ, ସମାଜ ସେବି ଅଶ୍ୱିନୀ କୁମାର ପାତ୍ର, ଅଶୋକ କୁମାର ପାତ୍ର, ରବି ନାରାୟଣ ସିଂ ପାତ୍ର, ସୁଧୀର ସାହୁ ଉପସ୍ଥିତ ରହିବା ସହ ସାରଙ୍ଗଡ଼ ଗ୍ରାମର ପ୍ରାୟ ପଚାଶରୁ ଉର୍ଦ୍ଧ ଜନସାଧାରଣ ବୈଠକରେ ଯୋଗଦେଇଥିଲେ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ପଞ୍ଚାୟତରେ କରାଯିବ ବୋଲି ଆଲୋଚନା ହୋଇଥିଲା I ଏହି କାର୍ଯ୍ୟକ୍ରମ ସାରଙ୍ଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ଅନିତା ଖେଡେ ଅଫିସ ଅଧିକାରୀ ରଶ୍ମିତା ସାମଲ, ଅତିରିକ୍ତ ଉପ ଅଧିକାରୀ ପ୍ରଫୁଲ ପ୍ରଧାନ, ହାବିଲଦାର କେଶବ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ l



