
୨୯/୦୭/୨୧ (ଜିଲ୍ଲା ଖବର) : ରାଜ୍ୟର ସମସ୍ତ ମେଡ଼ିକାଲ କଲେଜ ଖୋଲିବା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ିଏମଇଟିଙ୍କୁ ଲେଖିଛନ୍ତି ଚିଠି । ସମସ୍ତ ଥିଓରୀ କ୍ଳାସ୍ ପୂର୍ବ ଭଳି ଅନଲାଇନ ମୋଡ଼ରେ ହେବ।
ତେବେ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରାକ୍ଟିକାଲ ଏବଂ କ୍ଲିନିକାଲ କ୍ଲାସ ସହ ପରୀକ୍ଷା ହେବ। ସାମାଜି ଦୂରତା ରଖିବା ବାଧ୍ୟତାମୂଳକ। ଅଭିଭାବକଙ୍କ ଲିଖିତ ଅନୁମତି ଦାଖଲ କରିବା ବାଧ୍ୟତାମୂଳକ। ପ୍ରାକ୍ଟିକାଲ ଏବଂ କ୍ଲିନିକାଲ କ୍ଲାସ ପୁର୍ବରୂ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି। ଟିକା ନେଇଥିବା ଏବଂ ଟିକା ନେଇନଥିବା ଛାତ୍ରଛାତ୍ରୀଙ୍କୁ ପୄଥକ ପୄଥକ ଭାବେ ବସାଯିବ । ହଷ୍ଟେଲ ଏବଂ ଲାଇବ୍ରେରୀ ପାଇଁ ମଧ୍ୟ ସମାନ ନିୟମ ଲାଗୁହେବ । କ୍ୟାମ୍ପସ ଭିତରେ ସାମାଜିକ, ଧାର୍ମିକ ଏବଂ କ୍ରୀଡା କାର୍ଯ୍ୟକ୍ରମ ମନା କରାଯାଇଛି । କୋଭିଡ଼ ପଜିଟିଭି ଚିହ୍ନଟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ହଲରେ ବସିବା ପାଇଁ ଅନୁମତି ମିଳିବନାହିଁ।


