
ଭୁବନେଶ୍ୱର,୨୯/୦୭/୨୧ (ଜିଲ୍ଲା ଖବର) : ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଛି। କରୋନା ଗ୍ରାଫରେ ପରିବର୍ତ୍ତନ ହେଉଛି । କିନ୍ତୁ ଏବେବି ଚିନ୍ତା କମିନି। ମୃତ୍ୟୁ ସଂଖ୍ୟା ନା କମିବାର ନାଁ ଧରୁଛି, ନା ଏଥିରେ ବ୍ରେକ ଲାଗୁଛି।
ତେବେ କରୋନା ସଂକ୍ରମଣ ନେଇ ଡିଏମ୍ଟି ସିବିକେ ମହାନ୍ତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, କରୋନା ସଂକ୍ରମଣ କମିଛି । କିନ୍ତୁ ଯେତେ ପରିମାଣର ଆଶା କରାଯାଉଥିଲା, ସେତେ ପରିମାଣରେ କମିନି ସଂକ୍ରମଣ । ଓଡିଶାରେ ୧୬ଶହରୁ ୧୭ଶହରେ ସ୍ଥିର ରହିଛି ଦୈନିକ ସଂକ୍ରମଣ । ଖାସ୍ କରି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ୩ ଅଙ୍କ ତଳକୁ ଆସୁନି । ତେଣୁ ଏଠାରେ ସଂପୂର୍ଣ୍ଣ କରିବାର ସମ୍ଭାବନା କମ୍ ରହୁଛି । ସ୍ଥିତି, ସମୟ, ସଂକ୍ରମଣର ପରିସ୍ଥିତିକୁ ଅନୁଧ୍ୟାନ କରି ଅନଲକ୍ ନିଷ୍ପତ୍ତି ନିଆଯିବା ବୋଲି ସେ କହିଛନ୍ତି ।
ସୂଚନାନୁସାରେ, ବର୍ତ୍ତମାନ ରାଜ୍ୟରେ ଆଂଶିକ ଲକଡାଉନ ଜାରି ରହିଛି। ଏହାସହ ସପ୍ତାହନ୍ତ ସଡଟାଉନ ମଧ୍ୟ ଜାରି ରହିଛି । ଏଭଳି ସ୍ଥିତିରେ କଣ ରହିବ ରାଜ୍ୟ ସରକାରଙ୍କ ଆଗାମୀ ରପରେଖ ତାହା ଉପରେ ସମସ୍ତଙ୍କର ନଜର ରହିଛି ।


