
ଭୁବନେଶ୍ୱର, ୨୯/୦୭/୨୧ (ଜିଲ୍ଲା ଖବର) : ସ୍ମାର୍ଟ ସିଟି ଦିନକୁ ଦିନ କ୍ରାଇମ କ୍ୟାପିଟାଲରେ ପରିଣତ ହୋଇଛି । ପ୍ରତିଦିନ ବଢୁଛି ହତ୍ୟା, ଦୁଷ୍କର୍ମ, ଚୋରି ଭଳି ଘଟଣା । ଶୂନଶୂାନ୍ ରାସ୍ତା କଥା ତ ଛାଡ ଦିନରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ହତ୍ୟା ଘଟଣା ସାମନକୁ ଆସୁଛି । କେତେବେଳେ କିଏ ଖଣ୍ଡା, ଭୁଜାଲି ଧରି ଗୋଡେଇ ଗୋଡେଇ ହାଣୁଛି ତ କାହାର ଝୁଲନ୍ତା ମୃତଦେହ ଉଦ୍ଧାର ହେଉଛି ।
ନିକଟରେ ମାଷ୍ଟରକ୍ୟାଣ୍ଟିନ ଛକରେ 10 ରୁ 12 ଜଣ ଯୁବକ ମାରଣାସ୍ତ୍ର ଧରି ଦୁଇ ଜଣଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । କେଇଟା ଦିନ ନଜାଉଣୁ ପୁଣି ଆଜି ଏକ ଅବାବନୀୟ ଘଟଣା ସାମନାକୁ ଆସିଛି ।
ମାଷ୍ଟର କ୍ୟାଣ୍ଟିନ ବସଷ୍ଟାଣ୍ଡରେ ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗଛରେ ଦୌଡ଼ିରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଶବକୁ ଉଦ୍ଧାର କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଅନ୍ୟପଟେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।



