
୨୯/୦୭/୨୧ (ଜିଲ୍ଲା ଖବର) : ନୂଆ ଶିକ୍ଷାନୀତିର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶିକ୍ଷାକୁ ସାମଗ୍ରିକ, ସୁଲଭ, ସହଜ ଏବଂ ସମାନ କରିବା ପାଇଁ ସଂକଳ୍ପକୁ ଦୋହରାଇବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହାସହ ମିଳିତ ଭାବେ ଏକବିଂଶ ଶତାବ୍ଦୀର ଆତ୍ମନିର୍ଭର ଭାରତର ଆକାଂକ୍ଷାକୁ ବାସ୍ତବର ରୂପ ଦେବା ଏବଂ ଭାରତକୁ ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ କରିବା । ଆଜିକୁ ଠିକ୍ ଏକ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ବ୍ୟାପକତା, ଦକ୍ଷତା ନିର୍ମାଣ ଏବଂ ଶିକ୍ଷାର ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଦୂର ଦୃଷ୍ଟି ସମ୍ପନ୍ନ ନୂଆ ଶିକ୍ଷାନୀତି 2020ର ଶୁଭାରମ୍ଭ କରାଯାଇଥିଲା ।


