Tuesday, October 13, 2026
Home ଅପରାଧ ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଅଜଣା ଗାଡି ଧକ୍କାରେ ଯୁବକ ମୃତ

33

ଗଞ୍ଜାମ,୨୯/୦୭/୨୧ (ଜିଲ୍ଲା ଖବର) : ବେଲଗୁଣ୍ଠା ଥାନା  ଉଢୁରା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କୁ ମୃତ୍ୟୁ ଘଟିଛି। ମୃତକ ହେଲେ ତାରସିଂ ଥାନା କଳିଙ୍ଗ ପଦର ଗ୍ରାମର ସୁରସେନ ନାଇକ। ଆଜି ଅପରାହ୍ନ ୫ଟା ବେଳେ ସେ ଜଗନ୍ନାଥ ପ୍ରସାଦ ପଟୁ ଆସୁଥିବା ବେଳେ ଉଢୁରା ଗ୍ରାମ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା।

ଘଟଣା ସ୍ଥଳରେ ସେ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।