
ଭୁବନେଶ୍ଵର, ୨୯/୦୭/୨୧ (ଜିଲ୍ଲା ଖବର) : ସାତ ଜନ୍ମକୁ ସାଥୀ କରିବେ ବୋଲି ପ୍ରତିଶୃତି ଦେଇଥିଲେ। କହିଥିଲେ ମୁଁ ତୁମର ତୁମେ ମୋର। ଆମେ ଦୁହେଁ ସଦାବେଳେ ଏକାଠି ରହିବା। ତୁମ ପାଇଁ ମୁଁ, ଆଉ ମୋ ପାଇଁ ତୁମେ। କିନ୍ତୁ ଏହା ଥିଲା କେବଳ ମିଛ, ଏହାରି ଭତରେ ନିଜ ଖରାପ ଉଦେଶ୍ୟ ପୂରଣ କରିଥିଲେ ପ୍ରେମିକ। ଏପରି ଅଭିଯୋଗ ଆଣିଛନ୍ତି ସୋନାଲି (ଛଦ୍ମନାମ) ନାମକ ପ୍ରେମିକା। ଏହା ସହ ତାଙ୍କ ଗର୍ଭ ନଷ୍ଟ କରିଥିବା ବଡ ଅଭିଯୋଗ ଆଣିଛନ୍ତି।
ତାଙ୍କ ଅଭିଯୋଗ ଅନୁସାରେ, ସେ ଯେତେବେଳେ ଯୁବକର ପରିଚୟରେ ଆସିଥିଲେ ତାଙ୍କ ଭିତରେ ପ୍ରେମ ସମ୍ପର୍କ ହୋଇଥିଲା। ସେମାନେ ଦୁଇ ଜଣ ଶାରିରୀକ ସମ୍ପର୍କ ରଖିଥିଲେ। ଭୁବନେଶ୍ଵର ସ୍ଥିତ ସାଲିଆ ସାହିରେ ଗୋଟିଏ ଛାତ ତଳେ ଦୁଇ ଜଣ ୪ ବର୍ଷ ରହୁଥିଲେ। ପରେ ଦୁଇ ପକ୍ଷ ଏହା ଜାଣିବା ପରେ ବାହଘର ପାଇଁ ରାଜି ହୋଇଥିଲେ।
ମାତ୍ର କିଛି ଦିନ ପରେ ପ୍ରେମିକର ଘର ଲୋକ ଏହାକୁ ମନା କରି ଦେଇଥିଲେ। ଆଉ ତାଙ୍କ ଚରିତ୍ରକୁ ନେଇ ଆଙ୍ଗୁଠି ଦେଖାଇଥିଲେ। ଏହା ପରେ କିଛି ଦିନ ପରେ ହଠାତ ତାଙ୍କ ଦେହ ଖରାପ ହୋଇ ଯିବାରୁ ପ୍ରେମିକ ତାଙ୍କୁ ମେଡିକାଲ ନେଇ ଯାଇଥିଲେ। ସେଠାରେ ସେ ଗର୍ଭବତୀ ହୋଇଥିବା ଜଣା ପଡିଥିଲା।
ପରେ ଘରକୁ ଆସିବା ପରେ ତାଙ୍କୁ ଗର୍ଭ ନଷ୍ଟ କରିବା ପାଇଁ କହିଥିଲେ ସେ ନ ମାନିବାରୁ ତାଙ୍କୁ ଧମକାଇ ଥିଲେ ଏବଂ ତାଙ୍କ ବାପା ଏହା ଜାଣିବା ପରେ ହାର୍ଟ ଆଟାକ ହୋଇଯିବେ ବୋଲି କହିଥିଲେ। ଏହା ସହ ତାଙ୍କୁ ମେଡିସିନ ଦେଇ ଗର୍ଭ ନଷ୍ଟ କରିଥିବାର ଅଭିଯୋବ ବି ହୋଇଛି।
ତେବେ ଇତି ଭିତରେ ଯୁବକ ଜଣଙ୍କ ତାଙ୍କୁ ଛାଡି ପଳାଇବା ସହ ତାଙ୍କ ଫୋନ ଉଠାଉ ନାହାନ୍ତି। ତେଣୁ ସେ ଗତ ୧୬ ତାରିଖରେ ପୋଲିସକୁ ଜଣାଇଥିଲେ।


