
୨୯/୦୭/୨୧ (ଜିଲ୍ଲା ଖବର) : ଆଜି ନୂଆ ଜାତୀୟ ଶିକ୍ଷା ନୀତିର ବର୍ଷ ପୂର୍ତ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ରରେ ନୀତି ନିର୍ଦ୍ଧାରକ, ଛାତ୍ର ଓ ଶିକ୍ଷକଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ଶିକ୍ଷା ନୀତି ୨୦୨୦ର ପ୍ରଥମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଏକାଧିକ ପ୍ରମୁଖ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।
ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟର ଲଞ୍ଚ କରିବେ ମୋଦି । ଯାହାକି ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀଙ୍କ ପାଇଁ ଏକାଧିକ ପ୍ରବେଶ ଏବଂ ପ୍ରସ୍ଥାନ ବିକଳ୍ପ ପ୍ରଦାନ କରିବ । ମାଧ୍ୟମିକ ସ୍ତରରେ ଏକ ବିଷୟ ଭାବରେ ଭାରତୀୟ ସଙ୍କେତ ଭାଷା NISHTHA ୨.୦ର ଆରମ୍ଭ ହେବ , ଯାହା NCERT ଦ୍ୱାରା ପରିଚାଳିତ, ଶିକ୍ଷକ ପ୍ରଶିକ୍ଷଣର ଏକୀକୃତ କାର୍ଯ୍ୟକ୍ରମ । ଏହାସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଉତ୍ସର୍ଗୀକୃତ ଏକ ୱେବସାଇଟର ଲଞ୍ଚ କରାଯିବାର କାର୍ଯ୍ୟକ୍ରମ ରହିଛି ।


