
ଭଦ୍ରକ,୨୯/୦୭/୨୧ (ଜିଲ୍ଲା ଖବର) : ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଲେ କୁନି କୁନି ପିଲା । ରାସ୍ତାକଡରେ ପଡ଼ିଥିବା ମେଣ୍ଟାଲକୁ ଖାଲରେ ପକାଇ ସମତୁଲ କରୁଛନ୍ତି ଛୋଟ ଛୋଟ ପିଲାମାନେ । କିଏ ଅଖାରେ ବୋହି ନେଇଯାଉଛନ୍ତି ତ ଆଉ କିଏ ସାଇକେଲରେ ନେଇ ରାସ୍ତାରେ ଥିବା ଖାଲରେ ସିମେଣ୍ଟ, ବାଲି ଢାଳି ସମାନ କରୁଛନ୍ତି ।
ଏହି ଚିତ୍ର ମନେ ପକାଇ ଦେଉଛି ଛୋଟ ବେଳେ ବହିରେ ପଢ଼ିଥିବା ତୁମ ପରି ଛୋଟ ପିଲାଟିଏ ଗାଁ ଚାହାଳୀର ଚାଟ ସିଏ ଉକ୍ତିଟିକୁ । ଭଦ୍ରକ ଜିଲ୍ଲା ଗେଲଟୁଆ ପଞ୍ଚାୟତ ଆଦିବାସୀ କଲୋନୀଠାରୁ ବଗମରା ଗାଁକୁ ସଂଯୋଗ କରୁଥିବା ରାସ୍ତା । ବର୍ଷା ଦିନ ହେଲେ ଏହି ରାସ୍ତାର ଅବସ୍ଥା ପୁରା ଶୋଚନୀୟ ହୋଇପଡେ ।
ଲୋକମାନେ ଯିବା ଆସିବାରେ ହଇରାଣ ହେଉଥିବାବେଳେ ଏହି ଦୃଶ୍ୟ ଏହି କୁନି କୁନି ପିଲାମାନଙ୍କ ନଜରରେ ପଡିଥିଲା । ଯେଉଁଠି ପ୍ରଶାସ ବୁଝିଲାନି ଲୋକଙ୍କ ସମସ୍ୟା ଶେଷରେ, ସେଠି ରାସ୍ତା ସମତୁଲ ପାଇଁ ଅଣ୍ଟା ଭିଡ଼ିଲେ ଏହି କୁନି କୁନି ପିଲା ।



