Home ଆଞ୍ଚଳିକ ଭାରତ ପାଇଁ ଧମାକେଦାର ରହିଛି ଅଲିମ୍ପିକ୍ସରେ ସପ୍ତମ ଦିନ, ହକିରେ ଆର୍ଜେଣ୍ଟିନାକୁ ୩-୧ରେ ହରାଇଲା ଟିମ୍...

ଭାରତ ପାଇଁ ଧମାକେଦାର ରହିଛି ଅଲିମ୍ପିକ୍ସରେ ସପ୍ତମ ଦିନ, ହକିରେ ଆର୍ଜେଣ୍ଟିନାକୁ ୩-୧ରେ ହରାଇଲା ଟିମ୍ ଇଣ୍ଡିଆ

15

୨୯/୦୭/୨୧ (ଜିଲ୍ଲା ଖବର) : ଭାରତ ପାଇଁ ଅଲିମ୍ପିକ୍ସରେ ସପ୍ତମ ଦିନ ଧମାକେଦାର ରହିଛି । ବକ୍ସିଂରେ ସତୀଶ କୁମାର ୪-୧ରେ ନିଜ ମ୍ୟାଚ ଜିତିନେଇଛନ୍ତି । ୯୧ କେଜି ବର୍ଗର ମୁକାବିଲାରେ ରାଉଣ୍ଡ କ୍ୱାର୍ଟର ଫାଇନାଲରେ ପହଁଚିଛନ୍ତି ସତୀଶ । ଜୈମେଇକାର ରିକାର୍ଡୋ ବ୍ରାଉନଙ୍କୁ ସେ ପରାସ୍ତ କରିଛନ୍ତି । ଏହି ବିଜୟ ସହ ପଦକଠୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି ସତୀଶ ।

କ୍ୱାର୍ଟର ଫାଇନାଲରେ ବିଜୟର ମାନେ ଭାରତ ପାଇଁ ଗୋଟିଏ ପଦକ ତ ନିଶ୍ଚିତ । ସେପଟେ ଷ୍ଟାର ସଟଲର ପି.ଭି ସିନ୍ଧୁ ମଧ୍ୟ କ୍ୱାର୍ଟର ଫାଇନାଲରେ ପହଁଞ୍ଚିଛନ୍ତି। ପ୍ରିକ୍ୱାଟରରେ ଡେନମାର୍କର ମିଆ ବ୍ଲିଚଫେଲ୍ଡଙ୍କୁ ହରାଇ କ୍ୱାଟରରେ ପ୍ରବେଶ କରିଛନ୍ତି ସିନ୍ଧୁ। ପ୍ରିକ୍ୱାଟରକୁ ୨୧-୧୫, ୨୧-୧୩ରେ ସିନ୍ଧୁ ଜିତିଛନ୍ତି। ଭାରତୀୟ ପୁରୁଷ ହକି ଟିମ ବି ଖୁସି ଖବର ଦେଇଛି । ଆର୍ଜେଣ୍ଟିନାକୁ ୩-୧ ଗୋଲରେ ପରାସ୍ତ କରିଛି ଭାରତ। ସେହିପରି ତୀରନ୍ଦାଜରେ ରାଉଣ୍ଡ ଅଫ୍ ୧୬ରେ ପହଁଚିଛନ୍ତି ଅତନୁ ଦାସ । ଆଜି ଅପରାହ୍ନରେ ଭାରତୀୟ ମହିଳା ବକ୍ସର ମେରିକମ, ଲୋରେନା ଭାଲେନ୍ସିଆଙ୍କୁ ଭେଟିବାକୁ ଯାଉଛନ୍ତି।