Thursday, November 12, 2026
Home ଆଞ୍ଚଳିକ ଦୀର୍ଘଦିନ ପରେ ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଜଗଦଳପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି-ଅଞ୍ଚଳରେ ଖୁସୀ

ଦୀର୍ଘଦିନ ପରେ ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଜଗଦଳପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି-ଅଞ୍ଚଳରେ ଖୁସୀ

88

ରାୟଗଡା,୨୯/୭(ଜିଲ୍ଲା ଖବର) : ରାଜ୍ୟ ସରକାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନ ସ୍ଥାପନ କରିଥିଲେ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଲାଗିରହିଛି। ସେହିଭଳି ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ଅନ୍ତର୍ଗତ ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ୟତମ ଯେଉଁଠି ଦୀର୍ଘ ଦିନ ଧରି ଡାକ୍ତର ଅଭାବ ଲାଗିରହିଥିବା ବେଳେ ଆଖପାଖର ଗ୍ରାମର ଜନସାଧାରଣଙ୍କ ପାଇଁ ଫାର୍ମାସିଷ୍ଟ ଭରସା ରହିଥିଲା। ତେବେ ଗଣମାଧ୍ୟମରେ ପ୍ରଚାର, ଜନସାଧାରଣଙ୍କ ଓ ଲୋକ ପ୍ରତିନିଧିଙ୍କ ଦାବି ସହ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବା ଉଦ୍ଧେଶ୍ୟରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି CDMO Dr ଆର୍ତ୍ତବନ୍ଧୁ ନାୟକ। ରାଜ୍ୟ ତଥା ଜିଲ୍ଲାରେ ଡାକ୍ତର ଅଭାବ ଲାଗିରହିଥିବା ବେଳେ ଜଗଦଳପୁର ଅଂଚଳରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବାକୁ Dr ସନ୍ତୋଷ ଦାସଙ୍କୁ ଡେପୁଟେସନରେ ସେଠାରେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଜଣେ ଏତେଣ୍ଡାଣ୍ଟ ମଧ୍ୟ୍ୟ ନିଯୁକ୍ତି ଦିଆଯାଇଥିବା ଜଣାଯାଇଛି
ତେବେ ଦୀର୍ଘଦିନ ପରେ ଜଣେ ଡାକ୍ତର ନିଯୁକ୍ତି ପାଇଥିବାରୁ ଲୋକେ ଠିକଭାବେ ସ୍ୱାସ୍ଥ୍ୟସେବା ପାଇବା ସୁନିଶ୍ଚିତ ଥିବାରୁ ଅଂଚଳରେ ଖୁସିରଲହରୀ ଖେଳିଯାଇଛି।

ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।