
ବାଲିଗୁଡ଼ା ,28/07 {ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଭ୍ରମରବାଡ଼ି ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ବଟି ଆଦାୟ କରୁଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ତାଙ୍କ ଠାରୁ ଏକ ବନ୍ଧୁକ ଜବତ କରାଯାଇଥିବା ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି କହିଛନ୍ତି। ଗିରଫ ଯୁବକ ଜଣକ ହେଲେ ଭ୍ରମରବାଡ଼ି ପଞ୍ଚାୟତ ଡମକ୍ଲିୟୁ ଗ୍ରାମର ବାପି ପ୍ରଧାନ। । ଏନେଇ ନିଧିଆ ଦାରିଙ୍ଗବାଡ଼ିି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା 126/21 ରୁଜୁ କରି ବାପିଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଗିରଫ କରିବାରେ ସଫଳ ହୋଇଥିଲା ବୋଲି ଆଇଆଇସି ମାଝି କହିଛନ୍ତି l ସେ କହିଛନ୍ତି, ବାପି କେଉଁଠାରୁ ଏହି ବନ୍ଧୁକ ଆଣିଲେ ଏହାର ତଦନ୍ତ କରାଯିବା ଶ୍ରୀ ମାଝୀ ପ୍ରକାଶ କରିଛନ୍ତି l




