
ବାଲିଗୁଡ଼ା,୨୮/୭{ସୁକାନ୍ତ କୁମାର ତ୍ରିପାଠୀ } : ବାଲିଗୁଡା ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ସମସ୍ତ ସଦସ୍ୟ ଙ୍କ ମଧ୍ୟରେ ଏକ ବୈଠକ ବ୍ଲକ ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି |ରାଜ୍ୟ ସରକାର ଙ୍କ ନିଷ୍ପତି ପ୍ରକାରେ କନ୍ଧମାଳ ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରତି ତିନିମାସ ଶେଷ ରେ 27 ତାରିଖ ଦିନ “ଦିନଟିଏ ଶିଶୁ ମାନଙ୍କ ପାଇଁ ” ପାଳନ କରିବାକୁ ସ୍ଥିର କରାଯାଇଛି | ଏଣୁ ଏହି ଦିବସ ରେ ଶିଶୁ ସୁରକ୍ଷା କୁ ସୁନିଶ୍ଚିତ କରିବା ସକାଳେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଟାକ୍ସ ଫୋର୍ସ ବୈଠକ ବାଲିଗୁଡା ଠାରେ ଆୟୋଜନ କରାଯାଇ ଶିଶୁ ଙ୍କର ବିଭିନ୍ନ ସମସ୍ୟା ଗୁଡିକୁ ଆଲୋଚନା କରିବା ସହିତ ସେମାନଙ୍କୁ ସୁରକ୍ଷା ନିଶ୍ଚୟ କରିବା ସମ୍ପର୍କ ରେ ଆଲୋଚନା କରାଗଲା |ଏଥିରେ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରମୋଦ କୁମାର ମଲ୍ଲିକ, ସ୍ଥାନୀୟ ଆଇ.ଆଇ.ସି ବାବା ଶଙ୍କର ସରଫ,ଚାଇଲଡ ଲାଇନ ନିର୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା,ଜିପିଇଓ, ମଙ୍ଗଳ ଅଧିକାରୀ,ଆଇ. ସି. ଡି. ଏସ ସୁପର ଭାଇଜର, ପ୍ରମୁଖ ଯୋଗ ଦେଇଥିଲେ |ବାଲିଗୁଡା ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ଟାକ୍ସ ଫୋର୍ସ ର ଆବାହିକା ତଥା ଶିଶୁ ବିକାଶ ଯୋଜନା ଅଧିକାରୀ ଅନିତା ଦାସ ବୈଠକ କୁ ପରିଚାଳନା କରିଥିଲେ |



