Tuesday, October 13, 2026
Home ଅପରାଧ ଏହି କାରଣ ପାଇଁ ରାଜଙ୍କୁ ବାହା ହେବାକୁ ଚାହୁଁ ନଥିଲେ ଶିଳ୍ପା

ଏହି କାରଣ ପାଇଁ ରାଜଙ୍କୁ ବାହା ହେବାକୁ ଚାହୁଁ ନଥିଲେ ଶିଳ୍ପା

37

ନୂଆଦିଲ୍ଲୀ,୨୮/୦୭/୨୧ (ଜିଲ୍ଲା ଖବର) : ପର୍ଣ୍ଣ ଭିଡିଓ ମାମଲାରେ ଗିରଫ ହେବା ପରେ ରାଜ୍ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ଧିରେ ଧିରେ ଗୋଟେ ପରେ ଗୋଟେ ତଥ୍ୟ ସାମ୍ନାକୁ ଆସୁଛି । ଏସବୁ ମଧ୍ୟରେ ତାଙ୍କର ଏକ ପୁରୁଣା ସାକ୍ଷାତକାର ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରାଜ୍ ତାଙ୍କ ଲଭ୍ ଷ୍ଟ୍ରୋରୀ ସେୟାର କରିଛନ୍ତି ।  

ସାକ୍ଷାତକାରରେ ରାଜ୍ କହିଥିଲେ ଯେ, ଯେତେବେଳେ ମୋତେ ଲାଗିଥିଲା ଶିଳ୍ପା ମୋ ପ୍ରେମରେ ପଡ଼ି ପାରିବେ, ଏହାପରେ ମୁଁ ଶିଳ୍ପାଙ୍କ ପଛରେ ପଡ଼ିଥିଲି। କିନ୍ତୁ ଶିଳ୍ପା ସ୍ପଷ୍ଟ ଭାବେ କହିଥିଲେ, ରାଜ୍‌ ଏହା କେବେବି ହୋଇପାରିବ ନାହିଁ। ମୁଁ ତୁମକୁ ବିବାହ କରିପାରିବି ନାହିଁ। ସେ ତାଙ୍କ ନିଷ୍ପତ୍ତିରେ ଏକଦମ୍ ଅଟଳ ଥିଲେ । ଏମିତିକି ସେ ମୋତେ କହିବାର ସୁଯୋଗ ବି ଦେଇ ନଥିଲେ । ତ ଏହାପରେ ମୁଁ ତାଙ୍କୁ ପଚାରିଥିଲି ଯେ କାହିଁକି ଏହା ସମ୍ଭବ ନୁହେଁ ?  ଏହାର ଜବାବ୍ ଦେଇ ଶିଳ୍ପା କହିଥିଲେ, ମୁଁ ବମ୍ବେ ଛାଡ଼ିକି ଯାଇ ପାରିବି ନାହିଁ । ମୁଁ ଭାରତ ଛାଡ଼ି ପାରିବି ନାହିଁ ଓ ତୁମେ ଲଣ୍ଡନରେ ରହୁଛ’ ।

ଏହାପରେ ସଙ୍ଗେସଙ୍ଗେ ପ୍ରଡ୍ୟୁସର ଭାଶୁ ଭଗନାନୀଙ୍କୁ ଫୋନ୍‌ କରି ମୁମ୍ବାଇରେ ପ୍ରପୋଟି ଆବଶ୍ୟକ ବୋଲି କହିଥିଲେ ରାଜ୍‌ । ତାପରେ ଜୁହୁରେ ଏକ ପ୍ରପୋଟି ଥିବା କଥା କହିଥିଲେ ଭାଶୁ । ତାଙ୍କ ପାଖରୁ ଏକଥା ଶୁଣିବା ପରେ, ପ୍ରପୋଟି ନଦେଖି ସଙ୍ଗେସଙ୍ଗେ ପ୍ରପୋଟି କିଣି ଦେଇଥିଲେ ରାଜ୍ । ଏବଂ ଏହାପରେ ଶିଳ୍ପାଙ୍କୁ ଫୋନ କରି ସେ ଏକଥା ଜଣାଇଥିଲେ ।

 ରାଜ୍‌ ଶିଳ୍ପାଙ୍କୁ କହିଥିଲେ ଯେ, ‘ତୁମେ ବମ୍ବେରେ ରହିବାକୁ ଚାହୁଁଛ ବୋଲି କହୁଥିଲ ନା ? ମିଷ୍ଟର ବଚ୍ଚନଙ୍କ ଘର ନାଁ ତ ଶୁଣି ଥିବ। ତାଙ୍କ ଘର ସାମ୍ନାରେ ମୁଁ ଏକ ଘର କିଣିଛି।’ ରାଜ୍‌ଙ୍କ ଏହି କଥା ଶୁଣି ଶିଳ୍ପା ତାଙ୍କ ନିଷ୍ପତ୍ତି ବଦଳାଇ ଥିଲେ ଓ ବିବାହ ପାଇଁ ହଁ କହିଥିଲେ । ୨୦୦୯ରେ ରାଜ୍ କୁନ୍ଦ୍ରା ଓ ଶିଳ୍ପା ଶେଟ୍ଟୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।