
ନୂଆଦିଲ୍ଲୀ, ୨୮/୦୭/୨୧ (ଜିଲ୍ଲା ଖବର) : ଏବେ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ’ଭୁଜ୍: ଦ ପ୍ରାଇଡ ଅଫ୍ ଇଣ୍ଡିଆ’ରେ ନଜର ଆସିବେ ନୋରା ଫତେହି । ଏଥିରେ ସେ ଏକ ଜବରଦସ୍ତ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଜବରଦସ୍ତ ଆକ୍ସନ ସହିତ, ଡ୍ରାମା ଓ ନୋରା ଫତେହିଙ୍କ ଧମାକାଦାର ଡାନ୍ସ ମଧ୍ୟ ଦେଖିବାକୁ ମିଳିବ । ତେବେ ନୋରା ଫତେହିଙ୍କ ନୂଆ ଗୀତ ’ଜାଲିମା କୋକା କୋଲା’ ରିଲିଜ୍ ହୋଇ ଯାଇଛି । ଏହି ଗୀତକୁ ଗାଇଛନ୍ତି ଶ୍ରେୟା ଘୋଷାଲ । ଏଥିରେ ନୋରା ଏକଦମ୍ ଜବରଦସ୍ତ ଅନ୍ଦାଜରେ ନଜର ଆସୁଛନ୍ତି ।
Abhishek Dudhaiya ଙ୍କ ଦ୍ବାରା ନିର୍ଦ୍ଦେଶତ ଫିଲ୍ମ ’ଭୁଜ୍:ଦ ପ୍ରାଇଡ ଅଫ୍ ଇଣ୍ଡିଆ’ ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏଥିରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ନଜର ଆସିବେ ।


