
ଜଟଣୀ୨୮/୭(ଜିଲ୍ଲା ଖବର) : ଟିକାଦାନ କେନ୍ଦ୍ର ଖୋଳିବା ପାଇଁ ଛାତ୍ର କଂଗ୍ରେସ ଦାବି କରିଛି ରାଜ୍ୟ ଛାତ୍ର କଂଗ୍ରେସର ସମ୍ପାଦକ ସୌମ୍ୟ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ଜଟଣୀ ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଶ୍ରୀବତ୍ସ ପାଠାଗାରଠାରୁ ଏକ ଶୋଭାଯାତ୍ରାରେ ବାହାରି ଜଟଣୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧ୍ୟକ୍ଷଳଙ୍କ ଜରିଆରେ ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ .ଜଟଣୀ ସହରରେ ୫ଟି ଜାଗାରେ ଟିକାକରଣ କାର୍ଯ୍ୟକ୍ରମ ଚାଲିଥିଲା। କିନ୍ତୁ କିଛିଦିନ ହେଲା ଏ ସବୁ ଜାଗାରେ ରାଜ୍ୟ ସରକାର ଟିକାକରଣ କାର୍ଯ୍ୟକ୍ରମକୁ ବନ୍ଦ କରି ଦେଇଛନ୍ତି। ଏହାକୁ ଖୋଲିବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା ଦାବିପତ୍ର ପ୍ରଦାନ କରାଯାଇଛି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଘାସିର ନୱାଳ, ଜିଲା ଛାତ୍ର କଂଗ୍ରେସ ସଭାପତି ସୌମ୍ୟ ରଞ୍ଜନ ପଟ୍ଟନାୟକ, ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ କୁମାର ମଙ୍ଗରାଜ ପ୍ରମୁଖ ଏହାର ନେତୃତ୍ବ ନେଇଥିଲେ ।
ରୀପୋର୍ଟ,ସଞ୍ଜୀବ କୁମାର।


