
ନୂଆଦିଲ୍ଲୀ, ୨୮/୦୭/୨୧ (ଜିଲ୍ଲା ଖବର) : ଅଶ୍ଳୀଳ ଭିଡିଓ ପ୍ରସ୍ତୁତ ଓ ଅପଲୋଡ କରିବା ଅଭିଯୋଗରେ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ, ରାଜ୍ କୁନ୍ଦ୍ରାଙ୍କ ଅଡୁଆ ବଢି ଚାଲିଛି । ଏହି ମାମଲାରେ ଶିଳ୍ପା ଶେଟ୍ଟୀଙ୍କୁ ମଧ୍ୟ ପଚରାଉଚୁରା କରିଥିଲା କ୍ରାଇମ ବ୍ରାଞ୍ଚ । ତାଙ୍କ ଘରକୁ ଯାଇ ସେଠାରେ ଶିଳ୍ପାଙ୍କୁ ଏ ସଂକ୍ରାନ୍ତରେ ଦୀର୍ଘ ସମୟ ଧରି ପଚରାଉଚୁରା କରିଥିଲେ । ସବୁଠାରୁ ଖାସ୍ କଥା ହେଉଛି, କ୍ରାଇମ ବ୍ରାଞ୍ଚ ଯେତେବେଳେ ରାଜ୍ ଙ୍କୁ ଧରି ତାଙ୍କ ଘରେ ଯାଇ ପହଞ୍ଚିଥିଲେ, ସେତେବେଳେ ସେଠାରେ ଶିଳ୍ପାଙ୍କ ରିଆକ୍ସନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଥିଲା ।
କ୍ରାଇମ୍ବ୍ରାଞ୍ଚ ଅଧିକାରୀଙ୍କ ସୂଚନା ମୁତାବକ , ଅଧିକ ତଥ୍ୟ ହାସଲ କରିବା ପାଇଁ ଜୁହୁ ସ୍ଥିତ ଶିଳ୍ପାଙ୍କ ଘରେ ରାଜଙ୍କୁ ଧରି କ୍ରାଇମ୍ ବ୍ରାଞ୍ଚ ପହଞ୍ଚିବା ପରେ, ସେଠାରେ ରାଜଙ୍କୁ ଦେଖି ଖୁବ୍ ଯୋରରେ ରାଗି ଯାଇଥିଲେ ଶିଳ୍ପା । ରାଗରେ ସେ ପାଟି କରିବା ସହିତ କାନ୍ଦି ପକାଇଥିଲେ । ସେ କହିଥିଲେ ଯେ, ‘ତୁମ ପର୍ଣ୍ଣ କେସ୍ ପରିବାରର ନାଁ ବଦନାମ କରିଦେଲା। ଅନେକ ଏଣ୍ଡୋର୍ସମେଣ୍ଟ, ବିଜନେସ୍ ଡିଲ୍ ହାତରୁ ଚାଲିଗଲା’ । କେବଳ ଏତିକି ନୁହେଁ , ଏହା ସହିତ ସେ ଏକଥା ମଧ୍ୟ କହିଥିଲେ ଯେ, ଏତେ ଖରାପ କାମ କରୁଥିଲ, କିନ୍ତୁ ମତେ କହି ନଥିଲ। ମୁଁ ଜାଣି ନଥିଲି। ଏମିତି କାହିଁକି କଲ? ରାଜଙ୍କୁ ସେ ଏପରି କିଛି ପ୍ରଶ୍ନ କରୁଥିଲେ ।
ରାଜ ଶିଳ୍ପାଙ୍କ ପ୍ରଶ୍ନରେ ସଫେଇ ଦେଇଥିଲେ। ସେ କହିଥିଲେ, ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମୋତେ ଫସାଇ ଦିଆଯାଉଛି। ଏହି କେସ୍ର କୌଣସି ଆଧାର ନାହିଁ। ମୁଁ ଯେଉଁ ଭିଡିଓ ତିଆରି କରିଥିଲେ, ତାହା ପର୍ଣ୍ଣ ନୁହେଁ ଇରୋଟିକ୍।



