
୨୮/୦୭/୨୧ (ଜିଲ୍ଲା ଖବର) : ପୁଦିନା ପତ୍ର ସ୍ୱାସ୍ଥ୍ୟ ପାଇଁ ହିତକର । ଏହାକୁ ଆୟୁର୍ବେଦରେ ଔଷଧ ରୁପେ ମଧ୍ୟ ବ୍ୟବହାର କରାଯାଏ । ପୁଦିନା ପତ୍ରକୁ ଖାଦ୍ୟ ଠାରୁ ଆରମ୍ଭ କରି ଚା’ ଏବଂ ଭିଭିନ୍ନ ଉପାୟରେ ବ୍ୟବହାର କରାଯାଇପାରେ । ଏହା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
ପୁଦିନା ପତ୍ରରେ ଆଇରନ, ପୋଟାସିୟମ,ଭିଟାମିନ୍ ଏ, ବି,ମାଙ୍ଗାନିଜ୍ ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ ।
ପୁଦିନା ଚା’ ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସରେ ସସପେନ ବସେଇ ପାଣି ଢାଳି ଫୁଟାଇବେ । ପାଣି ଫୁଟିବା ପରେ ସେଥିରେ ଗୋଲମରିଚ ଗୁଣ୍ଡ ଓ ସନ୍ଧବ ଲୁଣ ପକାଇ ଅଳ୍ପ ସମୟ ଫୁଟାଇବେ। ତାପରେ ଏହାକୁ ଏକ କପରେ ଛାଣିବେ। ଯଦି ଏହାର ସ୍ୱାଦ କଡା ଲାଗେ ତାହେଲେ ଏଥିରେ ଲେମ୍ବୁ ରସ ଏବଂ ମହୁ ମଧ୍ୟ ମିଶାଇ ପାରିବେ।
-ପ୍ରତିଦିନ ସକାଳୁ ପୁଦିନା ଚା’ ପିଇବା ଦ୍ବାରା, ଏହା ଓଜନ କମ୍ କରିବାରେ ସାହାଯ୍ୟ କରେ ।
-ରୋଗ ପ୍ରତିରୋଧକ ଶକ୍ତ ବୃଦ୍ଧି କରିବାରେ ସାହାଯ୍ୟ କରେ ପୁଦିନା ପତ୍ର ଚା’ ।
-ପୁଦିନା ପତ୍ର ଚା’ ତ୍ବଚାକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ ।
-ଏହି ଚା’ ପିଇବା ଦ୍ବାରା , ସୁଗାର ଲେବୁଲ ନିୟନ୍ତ୍ରଣରେ ରୁହେ ।
-ବଦହଜମି ସମସ୍ୟାକୁ ଦୂର କରିବାରେ ବେଶ ସହାୟକ ହୁଏ ପୁଦିନା ପତ୍ର ଚା’ ।


