Thursday, November 12, 2026
Home ଆଞ୍ଚଳିକ ତ୍ୱଚା ପାଇଁ ଉପକାରୀ ଭିଟାମିନ୍ ‘ଇ’

ତ୍ୱଚା ପାଇଁ ଉପକାରୀ ଭିଟାମିନ୍ ‘ଇ’

11

୨୮/୦୭/୨୧ (ଜିଲ୍ଲା ଖବର) : ସୁସ୍ଥ ଓ ସୁନ୍ଦର ତ୍ୱଚା ପାଇଁ ପ୍ରତିଦିନ ନିଜ ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ । ଋୁତୁ ବଦଳିବା ସହିତ , ତ୍ୱଚାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳେ । ଏଥିପାଇଁ କିଏ କେତେ କ’ଣ ଉପାୟ ଆପଣାଇ ଥାଆନ୍ତି । ହେଲେ ମନେ ରଖିବା ଉଚିତ୍ ଯେ, ସବୁବେଳେ ତ୍ୱଚାକୁ ସୁସ୍ଥ ଓ ସୁନ୍ଦର  ରଖିବା ପାଇଁ  ପ୍ରତିଦିନ ନିଜ ଡାଏଟରେ ଭିଟାମିନ ‘ଇ’ରେ ଭରପୁର ଖାଦ୍ୟ ସାମିଲ କରିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ସୁସ୍ଥ ଓ ସୁନ୍ଦର ତ୍ୱଚା ପାଇଁ ପ୍ରତିଦିନ ନିଜ ଡାଏଟରେ କେଉଁ ସବୁ ଜିନିଷ ଅଧିକ ସାମିଲ କରିବା ଭଲ ।

 -ଅଖରୋଟ ସେବନ କରିବା ଦ୍ବାରା, ଏହା ତ୍ବଚାକୁ ଚମକଦାର ଓ ସୁସ୍ଥ ରଖିଥାଏ । ଏଥିରେ ଓମେଗା ୩, ଭିଟାମିନ ‘ଇ’ ଭଳି ଅନ୍ୟ କେତେକ ପୋଷକ ତତ୍ବ ଭରି ରହିଥାଏ । ଯାହା ତ୍ବଚା ପାଇଁ ଲାଭଦାୟକ ।

-ବାଦାମରେ ଭିଟାମିନ ’ଇ’ ଭରପୁର ରହିଥାଏ  । ଏହା ଖାଇବା ଦ୍ବାରା, ଏହା ତ୍ବଚାକୁ ବିଭିନ୍ନ ପ୍ରଦୂଷଣ କାରଣରୁ ହେଉଥିବା ସମସ୍ୟାରୁ ରକ୍ଷା କରିବା ସହିତ, ତ୍ବଚାକୁ ସୁସ୍ଥ ଓ ସୁନ୍ଦର ରଖିଥାଏ ।

-ବ୍ରୋକଲିରେ ଭିଟାମିନ୍ ’ଇ’ ବ୍ୟତୀତ , ଆହୁରି ଅନେକ ପୋଷକ ତତ୍ବ ଭରି ରହିଥାଏ । ଏହା ଖାଇବା ଦ୍ବାରା, ଏହା ତ୍ବଚାକୁ ସୁସ୍ଥ ଓ ସୁନ୍ଦର ରଖିବାରେ ସାହାଯ୍ୟ କରେ ।

-ଗାଜରରେ ଭିଟାମିନ ’ଇ’ ଓ ‘ସି’ ଭରପୁର ମାତ୍ରାରେ ରହିଥାଏ । ଏହା  ଖାଇବା ଦ୍ବାରା, ତ୍ବଚା ସୁନ୍ଦର ଓ ସୁସ୍ଥ ରହିଥାଏ ।

ସୁନ୍ଦର ଓ ସୁସ୍ଥ ତ୍ବଚା ପାଇଁ ପ୍ରତିଦିନ ଏ ସବୁ ଜିନିଷ ନିଜ ଡାଏଟରେ ସାମିଲ କରିପାରିବେ ।