Tuesday, November 17, 2026
Home ଆଞ୍ଚଳିକ ଆଜି ବିଶ୍ୱ ହେପାଟାଇଟିସ୍ ଦିବସ, ବର୍ଷର ଥିମ୍ ରହିଛି- “ହେପାଟାଇଟିସ୍ ଅପେକ୍ଷା କରିପାରିବ ନାହିଁ”

ଆଜି ବିଶ୍ୱ ହେପାଟାଇଟିସ୍ ଦିବସ, ବର୍ଷର ଥିମ୍ ରହିଛି- “ହେପାଟାଇଟିସ୍ ଅପେକ୍ଷା କରିପାରିବ ନାହିଁ”

14

୨୮/୦୭/୨୧ (ଜିଲ୍ଲା ଖବର) : ଆଜି ବିଶ୍ୱ ହେପାଟାଇଟିସ୍ ଦିବସ । ଭାଇରାଲ୍ ହେପାଟାଇଟିସ୍ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୨୮ ଜୁଲାଇରେ ବିଶ୍ୱ  ହେପାଟାଇଟିସ୍ ଦିବସ ପାଳନ କରାଯାଏ ।  ଏଥର ଚଳିତ ବର୍ଷର ଥିମ୍ ରହିଛି- “ହେପାଟାଇଟିସ୍ ଅପେକ୍ଷା କରିପାରିବ ନାହିଁ” । ଜଣେ ହେପାଟାଇଟିସ୍ ସମ୍ବନ୍ଧୀୟ ରୋଗରେ ପ୍ରତି ୩୦ ସେକେଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେଉଥିବା ବେଳେ କୋଭିଡ୍-୧୯ ସଙ୍କଟରେ ମଧ୍ୟ ଆମେ ଭାଇରାଲ୍ ହେପାଟାଇଟିସ୍ ଉପରେ କାର୍ଯ୍ୟ କରିବାକୁ ଅପେକ୍ଷା କରିପାରିବୁ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।

ଏକ ମିଳିତ ପ୍ରୟାସରେ ହେପାଟାଇଟିସ୍ ମୁକ୍ତ ଭବିଷ୍ୟତ ହାସଲ ଯୋଗ୍ୟ ହୋଇପାରିବ । ୨୦୩୦ ସୁଦ୍ଧା ଭାଇରାଲ ହେପାଟାଇଟିସକୁ ଦୂର କରିବା ପାଇଁ WHO ସମସ୍ତ ଦେଶକୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛି। ହେପାଟାଇଟିସ୍ ଜୀବାଣୁଙ୍କର ପାଞ୍ଚଟି ମୁଖ୍ୟ ଷ୍ଟ୍ରେନ୍ ଅଛି – ଏ, ବି, ସି, ଡି ଏବଂ ଇ ମିଳିତ ଭାବରେ ହେପାଟାଇଟିସ୍ ବି ଏବଂ ସି ସବୁଠାରୁ ସାଧାରଣ ଅଟେ । ଯେଉଥିରେ ପ୍ରତିବର୍ଷ ୧.୧ ମିଲିୟନ୍ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ୩ ନିୟୁତ ନୂତନ ସଂକ୍ରମଣ ଚିହ୍ନଟ ହୋଇଥାନ୍ତି ।