
ଭୁବନେଶ୍ୱର,୨୮/୦୭/୨୧ (ଜିଲ୍ଲା ଖବର) : ଗୀତ ଗାଇବା କାହାକୁ ବା ଭଲ ନଲାଗେ। କିଏ ଖୁବ ସୁନ୍ଦର ଗୀତ ଗାଏ ତ କିଏ ଟିକେ କମ୍ । ତେବେ ବଲିଉଡ ଷ୍ଟାରମାନେ ଅଭିନୟ କରିବା ସହ ଖୁବ ଭଲ ଗୀତ ମଧ୍ୟ ଗାଆନ୍ତି । ଆଗରୁ ଆମେ ଅନେକ ତାରକାଙ୍କୁ ଦେଖିଛେ। ଆଉ ଏଥିରୁ ବାଦ ପଡ଼ିନାହାନ୍ତି ବଲିଉଡର ସୁପରଷ୍ଟାର ଗୋବିନ୍ଦା। ବଡ କଥା ଗୋବିନ୍ଦା ଓଡିଶା ଆସିଛନ୍ତି । ଏହାସହ ଓଡିଶାରେ ହିନ୍ଦୀ ଗୀତ ଗାଇଛନ୍ତି ।
ଓଡିଶା ଆସି ହିନ୍ଦୀ ଗୀତ ଗାଇଲେ ବଲିଉଡ ସୁପରଷ୍ଟାର ଗୋବିନ୍ଦା । ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଗୁଡିଲି ରଥଙ୍କ ସ୍ୱର ସଂଯୋଜନାରେ ବଲିଉଡ ସୁପରଷ୍ଟାର ଗୋବିନ୍ଦା ଆଜି ଭୁବନେଶ୍ୱରର ଏସ ଏସ ଡି ଷ୍ଟୁଡିଓ ରେ ଏହି ଗୀତ ଗାଇଛନ୍ତି ।ଗୀତ ଗାଇବା ସହ ଗୀତଟିକୁ ଲେଖିଛନ୍ତି ଅଭିନେତା ଗୋବିନ୍ଦା।ଆଉ ଗୀତ ଟି ପୁରା ହେଲା ପରେ ଏହି ଗୀତ ରେ ଅଭିନୟ କରିବେ ବଲିଉଡ଼ ର ଶକ୍ତି କପୁର ବୋଲି ଜଣାପଡ଼ିଛି । ଏହି ଗୀତଟି କେବେ ରିଲିଜ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି।


