
ନୂଆଦିଲ୍ଲୀ, ୨୮/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେସି ତାଙ୍କ ଅଭିନୟର ଦମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଅନେକ ବଡ ବଡ ସୁପରଷ୍ଟାରଙ୍କ ସହିତ ସେ କାମ କରିଛନ୍ତି । ହୁମା ୨୮ ଜୁଲାଇ ୧୯୮୬ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ଆଜି ହେଉଛି ତାଙ୍କର ଜନ୍ମଦିନ । ଦିଲ୍ଲୀରେ ସେ ପାଠ ପଢିଥିଲେ । ପାଠପଢା ଶେଷ କରିବା ପରେ ସେ ଅଭିନୟରେ କ୍ୟାରିୟର କରିବାକୁ ନିଷ୍ପତି ନେଇଥିଲେ ।
୨୦୦୮ରେ ସେ ନିଜର ସ୍ବପ୍ନ ପୁରା କରିବାକୁ ମୁମ୍ବାଇ ଆସିଥିଲେ ସେ । ଏହାପରେ ଫିଲ୍ମ ପାଇଁ ଅଡିସନ ଦେବା ଆରମ୍ଭ କରିଥିଲେ । ଏହାପରେ ସେ କିଛି ଫିଲ୍ମ ପାଇଁ ସିଲେକ୍ଟ ମଧ୍ୟ ହୋଇଥିଲେ । ଏହାପରେ ତାଙ୍କ ଅଭିନୟର ଯାତ୍ରା ଆରମ୍ଭ ହୋଇଥିଲା । ସେ ଏହି ଯାତ୍ରାରେ ସଫଳ ମଧ୍ୟ ହେଲେ । ତାଙ୍କ ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ଆଜି ଯାଏଁ ସେ ତାଙ୍କ ଅଭିନୟର ଯାତ୍ରା ଜାରି ରଖିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।


