Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! ଧନୁଷ

ଜନ୍ମଦିନର ଶୁଭେଚ୍ଛା ! ଧନୁଷ

6

ନୂଆଦିଲ୍ଲୀ, ୨୮/୦୭/୨୧ (ଜିଲ୍ଲା ଖବର) : ନିଜର ସାଧାସିଧା ଲୁକ୍ ଓ ଦମଦାର ଅଭିନୟକୁ ନେଇ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି ଅଭିନେତା ଧନୁଷ  ।  ଦକ୍ଷୀଣ ଭାରତୀୟ ଫିଲ୍ମ ଠାରୁ ଆରମ୍ଭ କରି, ବଲିଉଡ ଯାଏଁ ସେ ନିଜର ନାଁ ରୋଶନ କରିଛନ୍ତି ।  ମାତ୍ର ୧୯ ବର୍ଷ ବୟସରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ  ।  ଅନେକ ଫିଲ୍ମରେ ସେ ତାଙ୍କର ଦମଦାର ପ୍ରଦର୍ଶନ କରିଛନ୍ତି । ଜଣେ ନାମୀଦାମୀ ଅଭିନେତା ହେବା ସହିତ, ସୁପରଷ୍ଟାର ରଜନୀକାନ୍ତଙ୍କ ଜ୍ବାଇଁ ଭାବେ ମଧ୍ୟ ସେ ବେଶ ପରିଚିତ । ଆଜି ହେଉଛି ଧନୁଷଙ୍କ ଜନ୍ମଦିନ ।  ୨୮ ଜୁଲାଇ  ସେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି ।

ଅଭିନୟ ବ୍ୟତୀତ ସେ ସଙ୍ଗୀତ ପ୍ରତି ମଧ୍ୟ ରୁଚି ରଖନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ସେ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରିବାକୁ ଚାହୁଁଥିଲେ । ସେ ଜଣେ ସେଫ୍ ହେବାକୁ ଚାହୁଁଥିଲେ ।  ହେଲେ ତାଙ୍କ ଭାଇ ତାଙ୍କୁ ଫିଲ୍ମକୁ ଆସିବାକୁ ପରାମର୍ଶ ଦେଇଥିଲେ ।  ଏହାପରେ ସେ ଅଭିନୟ ଦୁନିଆଁରେ ପାଦ ଥାପିଥିଲେ ଏବଂ ନିଜର ପ୍ରତିଭା ବଳରେ ବେଶ ସଫଳତା ହାସଲ କରିବା ସହିତ, ଲୋକପ୍ରିୟତା ସାଉଣ୍ଟିଛନ୍ତି ।  

୧୮ ନଭେମ୍ବର ୨୦୦୪ରେ ରଜନୀକାନ୍ତଙ୍କ ଝିଅ ଐଶର୍ଯ୍ୟାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଧନୁଷ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।