Home ଆଞ୍ଚଳିକ ଷଷ୍ଠ ଦିନରେ ଭାରତକୁ ମିଳିଛି ସଫଳତା, ନକ୍ ଆଉଟ ଷ୍ଟେଜରେ ପି.ଭି ସିନ୍ଧୁ

ଷଷ୍ଠ ଦିନରେ ଭାରତକୁ ମିଳିଛି ସଫଳତା, ନକ୍ ଆଉଟ ଷ୍ଟେଜରେ ପି.ଭି ସିନ୍ଧୁ

10

୨୮/୦୭/୨୧ (ଜିଲ୍ଲା ଖବର) :  ଷଷ୍ଠ ଦିନରେ ଭାରତକୁ ମିଳିଛି ସଫଳତା ।ଆଜି ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ଦେଶ ପାଇଁ ଖୁସି ଖବର ଆଣିଛନ୍ତି । ନକ୍ ଆଉଟ ଷ୍ଟେଜରେ ପହଁଚିଛନ୍ତି ପି.ଭି ସିନ୍ଧୁ । ସେ ହଂକଂର ଖେଳାଳି N.Y.ଚେଉଙ୍ଗୁଙ୍କୁ ୨୧-୯ ଓ ୨୧-୧୬ ସେଟରେ ହରାଇଛନ୍ତି । ପୁରୁଷ ଏକକ ବର୍ଗରେ ସାଇ ପ୍ରଣିତଙ୍କ ମୁକାବିଲା ଅପରାହ୍ଣ ୨ଟା ୩୦ରେ ହେବ । ତୀରନ୍ଦାଜୀରୁ ମଧ୍ୟ ଭାରତ ପାଇଁ ଭଲ ଖବର ।

ରାଉଣ୍ଡ ୩୨ରେ ପହଞ୍ଚିଛନ୍ତି ତରୁଣଦୀପ ରାଏ । ୬-୪ ସେଟରେ ମ୍ୟାଚକୁ ଜିତିନେଇଛନ୍ତି ତରୁଣଦୀପ ରାୟ । ସେପଟେ ମହିଳା ହକିରେ ଭାରତୀୟ ଟିମର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଗ୍ରେଟ ବ୍ରିଟେନଠାରୁ ୪-୧ ଗୋଲରେ ପରାସ୍ତ ହୋଇଛି ଭାରତ ।