Sunday, November 15, 2026
Home ଆଞ୍ଚଳିକ ଜେଲରୁ ମୁକୁଳି ପାରିଲେନି ରାଜ କୁନ୍ଦ୍ରା

ଜେଲରୁ ମୁକୁଳି ପାରିଲେନି ରାଜ କୁନ୍ଦ୍ରା

5

ନୂଆଦିଲ୍ଲୀ,୨୮/୦୭/୨୧ (ଜିଲ୍ଲା ଖବର) : ଜେଲରୁ ମୁକୁଳିବା ଆଶା ପାଣି ଫୋଟକା ଭଳି ଫାଟିଗଲା । ଆଶ୍ୱସ୍ତି ପରିବର୍ତ୍ତେ ବଢିଲା ଅଡୁଆ  । ଆହୁରି ୧୪ ଦିନ ଜେଲରେ ରହିବେ ରାଜ୍ କୁନ୍ଦ୍ରା । ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ଓ ଅପଲୋଡ କରିବା ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ , ପୁଣି ୧୪ ଦିନ ପାଇଁ ମୁମ୍ବାଇ କିଲା କୋର୍ଟ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି।

ସୂଚନା ମୁତାବକ ରାଜ କୁନ୍ଦ୍ରାଙ୍କ କାଲି ପୁଲିସ ହେପାଜତର ଶେଷ ଦିନ ଥିଲା । ଏଥିପାଇଁ ମୁମ୍ବାଇ ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା । ଏଥିସହ ତାଙ୍କ ରିମାଣ୍ଡ ଅବଧି ଆହୁରି ୭ ଦିନ ବଢ଼ାଇବା ପାଇଁ ଆବେଦନ କରିଥିଲା। ଏହାର ଶୁଣାଣି କରି କୋର୍ଟ ରାଜଙ୍କୁ ଆହୁରି ୧୪ ଦିନ ପାଇଁ ପୁଲିସ ହେପାଜତକୁ ପଠାଇଛନ୍ତି।

ପ୍ରକାଶ ଥାଉକି, ମୁମ୍ବାଇ କ୍ରାଇମବ୍ରାଞ୍ଚ ଗତ ୧୯ ତାରିଖରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ପ୍ରଥମେ ୨ ଘଣ୍ଟା ପଚରାଉଚୁରା କରିବା ପରେ ତାଙ୍କୁ ଗିରଫ କରିଥିଲା । ତାଙ୍କ ନାଁରେ ଅଶ୍ଳୀଳ ଫିଲ୍ମ ତିଆରି କରି ତାକୁ ଆପ୍ସରେ ରିଲିଜ କରିବା ଅଭିଯୋଗ ରହିଛି । ରାଜଙ୍କ ବ୍ୟତୀତ ପର୍ଣ୍ଣ କେସ୍ ମାମଲାରେ ପୂର୍ବରୁ ପୁଲିସ ଆହୁରି ୧୧ ଜଣଙ୍କୁ ଗିରଫ କରିସାରିଛି।