Sunday, October 11, 2026
Home ଅପରାଧ ପୁରୀ ଅଠରନଳାରେ ଦୁର୍ଵୁତ୍ତଙ୍କ ଲଗାତାର ଵୋମାମାଡ, ପୋଲିସର ତଦନ୍ତ ଜାରି

ପୁରୀ ଅଠରନଳାରେ ଦୁର୍ଵୁତ୍ତଙ୍କ ଲଗାତାର ଵୋମାମାଡ, ପୋଲିସର ତଦନ୍ତ ଜାରି

11

ପୁରୀ,୨୮/୦୭/୨୧ (ଜିଲ୍ଲା ଖବର) : ପୁରୀରେ ସିରିଜ୍ ବୋମାମାଡ । ପୁରୀରେ ଅଠରନଳାରେ ଦୁର୍ଵୁତ୍ତଙ୍କ ଲଗାତାର ଵୋମାମାଡ କରିଥିବା ଜଣାପଡିଛି । ବୋମାମାଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ସଦର ଥାନା ପୋଲିସର ଛାନଭିନ୍ ଆରମ୍ଭ କରିଛି।

ବୋମାମାଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ ଏକ ଜନଗହଳୀପୂର୍ଣ୍ଣ ସ୍ଥାନରେ ଏପରି ଭାବରେ ବୋମା ମାଡ ହେବା ପରେ ସାଧାରଣ ଲୋକମାନେ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।