
କୋଦଳା,୨୮/୦୭/୨୧ (ଜିଲ୍ଲା ଖବର) : ମଙ୍ଗଳବାର ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ ଶଙ୍କର ପ୍ରଧାନ ନାମକ ଯୁବକ(୨୩) ତାଙ୍କ ଗ୍ରାମ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀପଲ୍ଲୀରେ, କୌଣସି କାର୍ଯ୍ୟ ରେ ମଙ୍ଗଳବାର ବେଗୁନିଆପଡା ସ୍ଥିତ ଓଡ଼ନଇଁ ଗ୍ରାମକୁ ଯାଇଥିଲେ ।କିନ୍ତୁ କୌଣସି କାରଣ ବଶତ ରାସ୍ତାରେ ଥିବା ଏକ ଶଙ୍ଖ ଠାରେ ବୁଡି ଯାଇଥିଲେ। ଏବଂ ତାଙ୍କ ସାଙ୍ଗ ମାନେ ତାଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ତାଙ୍କ ସାଙ୍ଗମାନେ ଘର ଲୋକଙ୍କୁ ଖବର ଦେଇଥିଲେ। ଏହା ପରେ ତାଙ୍କ ପରିବାର ଲୋକ ସେଠାରେ ପହଁଚିଥିଲେ ଏଭଳି ମୃତ୍ୟ ଉପରେ ପୋଲିସ କୁ ଖବର ଦେଇଥିଲେ। କୋଦଳା ଓ ବେଗୁନିଆପଡା ପୋଲିସ ଶବ ନିକଟରେ ପହଁଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।


