Sunday, November 15, 2026
Home ଆଞ୍ଚଳିକ ଆଜି ରାଜ୍ୟରେ କରୋନା ନେଇଛି ୬୯ ଜଣ ମୁଣ୍ଡ

ଆଜି ରାଜ୍ୟରେ କରୋନା ନେଇଛି ୬୯ ଜଣ ମୁଣ୍ଡ

15

ଭୁବନେଶ୍ୱର,୨୮/୦୭/୨୧ (ଜିଲ୍ଲା ଖବର) : ରାଜ୍ୟରେ ସଂକ୍ରମଣ ସଂଖ୍ୟା କମୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି। ଆଜି ରାଜ୍ୟରେ ୬୯ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୭୦୩ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୧୪ ଜଣ, ଖୋର୍ଦ୍ଧାରୁ ୮ ଜଣ, ଅନୁଗୁଳ ଓ କଟକରୁ ୬ ଜଣ, କେନ୍ଦୁଝର ଓ ପୁରୀରୁ ୫ ଜଣ, ବୌଦ୍ଧ ଓ ସମ୍ବଲପୁରରୁ ୪, ଭଦ୍ରକରୁ ୨ ଜଣ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।