
ନୂଆଦିଲ୍ଲୀ,୨୮/୦୭/୨୧ (ଜିଲ୍ଲା ଖବର) : ନିଜ ଫିଲ୍ମ ସହିତ ନିଜ ଲୁକ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ରାଧିକ ଆପ୍ଟେ । ସେ ସେୟାର କରୁଥିବା ଫଟୋରୁ ନଜର ହଟାଇପାରନ୍ତି ନାହିଁ ଫ୍ୟାନ୍ସ । ସବୁବେଳେ ସେ ତାଙ୍କର ଭିନ୍ନ ଭିନ୍ନ ଗ୍ଲାମରସ ଫଟୋ ସେୟାର କରନ୍ତି । ତେବେ ନିକଟରେ ସେ ତାଙ୍କର ଏକ ଫଟୋକୁ ନେଇ ଟ୍ରୋଲର ଶିକାର ହୋଇଛନ୍ତି । ତେବେ ସେ କାହିଁକି ଟ୍ରୋଲର ଶିକାର ହୋଇଛନ୍ତି , ପ୍ରକୃତ କଥା ଟି କ’ଣ ଆସନ୍ତୁ ଜାଣିବା ।
ପ୍ରକୃତ କଥା ହେଲା, ରାଧିକା ସେୟାର କରିଥିବା ଫଟୋରେ ସେ ବଗିଚାରେ ବସିଥିବା ନଜର ଆସୁଛନ୍ତି । ଆଉ ତାଙ୍କ ପାଖରେ ଏକ ବେଙ୍ଗର ଷ୍ଟାଚ୍ୟୁ ରହିଛି । ସେହି ବେଙ୍ଗର ଷ୍ଟାଚ୍ୟୁ ପାଖରେ ବସି ରାଧିକ ମଧ୍ୟ ଏକଦମ୍ ବେଙ୍ଗକୁ ନକଲ କରିଛନ୍ତି । ଏହା ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ ସମସ୍ତେ ଏକ ପ୍ରକାରର ପଶୁ । ମୁଁ ବେଙ୍ଗ ପରି ଦେଖା ଯାଉଛି…ତୁମେ କାହାଲେ କ’ଣ ‘ । ଏଥିରେ ସେ ଏକ ପିଙ୍କ୍ କଲରର ସଟ୍ସ ପିନ୍ଧିଥିବା ଦେଖିବାକୁ ମିଳୁଛି । ତେବେ ତାଙ୍କର ଏହି ଫଟୋ ଦେଖିବା ପରେ ଏହାକୁ କିଛି ୟୁଜର୍ସ ପସନ୍ଦ କରୁଥିବା ବେଳେ, ଆଉ କିଛି ତାଙ୍କୁ ଟ୍ରୋଲ କରି କମେଣ୍ଟ କରିଛନ୍ତି । ଜଣେ ୟୁଜର ତାଙ୍କୁ ଟ୍ରୋଲ କରି ଲେଖିଛନ୍ତି ଯେ, ଏମିତି ଫଟୋ ଉଠାଉଛ ଲାଜ ଲାଗୁନି । ଅନ୍ୟଜଣେ ଲେଖିଛନ୍ତି , ଡ୍ରେସରେ ପ୍ୟାଣ୍ଟ ନାହିଁ କି । ଠିକ୍ ସେମିତି ଆଉ ଜଣେ ଲେଖିଛନ୍ତି ଯେ, ଭିକ ମାଗୁଛ କି ବେବି । ଏମିତି ଅନେକ ତାଙ୍କୁ ଏବେ ଏହି ଫଟୋକୁ ନେଇ ଟ୍ରୋଲ କରୁଛନ୍ତି ।


