
ଆସିକା (ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ଦ୍ୱାରା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଏନ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶ୍ରୀ ସରୋଜ କୁମାର ପଣ୍ଡା ଙ୍କ ପ୍ରେତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ତାରାପ୍ରସାଦ ଦାସ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ସୁବୁଧି ମୁଖ୍ୟ ଅତିଥି, ଡ଼ଃ ସଚ୍ଚି ମହାନ୍ତି, ଡ଼ଃ ଦେବୀପ୍ରସାଦ ସାମନ୍ତ, ଡ଼ଃ ପ୍ରଶାନ୍ତ କୁମାର ପାଣିଗ୍ରାହୀ ସନମାନିତ ଅତିଥି ଓ ଡ଼ଃ ଅଭୟ କେଶରୀ ପରିଛା ପଟନାୟକ ମୁଖ୍ୟ ବକ୍ତା ରୂପେ ମଞ୍ଚାସିନ ଥିଲେ. ଅଥିତି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା ଓ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା. କାର୍ଯ୍ୟକ୍ରମ ର ମୁଖ୍ୟ ଉଧେଶ୍ୟ ଥିଲା ସମାଜ ରେ ଚାଲିଥିବା ପ୍ରତ୍ୟକ କ୍ଷେତ୍ରରେ ଦୁର୍ନୀତି, କିପରି ହଟା ଯାଇପାରିବ, ଦେଶ କୁ କିପରି ଦୁର୍ନୀତି ମୁକ୍ତ କରାଯାଇପାରିବ, ସମସ୍ତ ନାଗରିକ ତଥା ଯୁବ ସମାଜ ଓ ଛାତ୍ର ଛାତ୍ରୀ କିପରି ନିଜକୁ ସଚେତନ କରାଇବେ, ସଚେତନ ହେଲେ ଦେଶ ରେ ସୁଶାସନ ପ୍ରତିଷ୍ଠା ହେବ ଓ ସମାଜ ର ମଙ୍ଗଳ ହେବ. ମଞ୍ଚାସିନ ବ୍ୟକ୍ତି ମାନଙ୍କର ଏହା ଥିଲା ଉପସ୍ଥିତ ସ୍ରୋତା ଓ ଦର୍ଶକ ମାନଙ୍କ ଉଧେଶ୍ୟ ରେ ବକ୍ତ୍ୟବ. କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଶତାଧିକ ଛାତ୍ର ଓ ଛାତ୍ରୀ ତଥା ଜାତୀୟ ସେବା ଯୋଜନା ର ବହୁତ ସ୍ଵେଛାସେବି ଅଂଶ ଗ୍ରହଣ କରିଥିଲେ. କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷ ଙ୍କ ଦ୍ୱାରା ଦୁର୍ନୀତି ମୁକ୍ତ ରାଷ୍ଟ୍ର ଗଠନ ନିମନ୍ତେ ଏକ ଶପଥ ପାଠ ନିଆଯାଇଥିଲା. ଅନ୍ୟତମ ଏନ ଏସ ଏସ ଅଧିକାରୀ ଅଧ୍ୟାପକ ଶ୍ରୀ ବିଭୁ କଲ୍ୟାଣ ପଣ୍ଡା ଓ ଶ୍ରୀ ଦୟାନିଧି ବଡରଇତ, ସୁଶ୍ରୀ ସସ୍ମିତା ପାତ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଓ ପରିଶେଷରେ ସରୋଜ କୁମାର ପଣ୍ଡା ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସମାପ୍ତ ଘୋଷଣା କରାଯାଇଥିଲା.




