Wednesday, October 14, 2026
Home ଆଞ୍ଚଳିକ ଜିଲ୍ଲl ଭିର୍ନକ୍ଷମ କଲ୍ୟାଣ ବିଭାଗ ଦ୍ଵାରା ସର୍ବେକ୍ଷଣ ତାଲିମ

ଜିଲ୍ଲl ଭିର୍ନକ୍ଷମ କଲ୍ୟାଣ ବିଭାଗ ଦ୍ଵାରା ସର୍ବେକ୍ଷଣ ତାଲିମ

19

ବାଲିଗୁଡ଼ା,28/07{ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ପ୍ରଶାସନ ର ସାମାଜିକ ସୁରକ୍ଷା ବିଭାଗ ଦ୍ଵାରା ଏକ ଅଭିମୁଖୀ କରଣ ତାଲିମ ଗତକାଲି ହୋଇଯାଇଛି | ଏଥିରେ 0-5 ବର୍ଷ ବୟସ ର ସମସ୍ତ ଭିର୍ନକ୍ଷମ ଶିଶୁ ମାନଙ୍କ ଗ୍ରାମ ସ୍ତରୀୟ ଓ ସାହି ସ୍ତରୀୟ ସର୍ବେକ୍ଷମ କରିବା ସକାଶେ ଆବଶ୍ୟକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ପ୍ରାଥମିକ ସ୍ତର ରେ ବାଲିଗୁଡା ଉପଖଣ୍ଡ ସ୍ତରରେ କାର୍ଯ୍ୟରତ ସମସ୍ତ ଶିଶୁ ବିକାଶ ଯୋଜନା ଅଧିକାରୀ ଆଇ.ସି.ଡି.ଏସ. ସୁପରଭାଇଜର ବି.ଏସ. ଏସ.ଓ, ବି.ଆର.ପି ଭୈତିକ ଚିକିଛକ , ସ୍ୱତନ୍ତ୍ର ଶିକ୍ଷାନବିତ ଆଦି ତାଲିମ ନେଇଥିଲେ | ପରବର୍ତୀ କାର୍ଯ୍ୟାଳୟ ରେ ଉକ୍ତ ଅଧିକାରୀ ମାନେ ଅଙ୍ଗନବାଡି କର୍ମୀ କୁ ତାଲିମ ଦେଇ ସେମାନଙ୍କ ମାଧ୍ୟମରେ ସର୍ଭେକ୍ଷଣ କରାଯିବା ପାଇଁ ଲକ୍ଷ୍ୟ ଧର୍ୟ୍ଯ କରାଯାଇଛି |
ଉକ୍ତ ତାଲିମ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବାଲିଗୁଡା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଭା.ପ.ସେ. ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ସର୍ବେକ୍ଷଣ ସମ୍ପାଦନ ସକାଶେ ସୁନ୍ଦର ଭାବେ ବୁଝାଇବା ସହିତ ଏହି କାର୍ଯ୍ୟ ନିର୍ଭୁଲ ଭାବେ ସମ୍ପାଦନ କରିବାକୁ ନିର୍ଦେଶ ଦେଇଥିଲେ | ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଞ୍ଜୁଳା ପ୍ରଧାନ, ଉପଖଣ୍ଡ ଭିର୍ଣ୍ଣ କ୍ଷମ ସୁରକ୍ଷା ଅଧିକାରୀ, ବନବାସୀ ସେବା ସମିତିର ସମ୍ପାଦକ ଶ୍ରୀ ଉଛବ ଚନ୍ଦ୍ର ଜେନା, ସହସଂପାଦକ ଶ୍ରୀ ରବୀନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମ ରେ ଯୋଗଦେଇ ଯୋଗ ଦାନକରି କୁଁ ମାର୍ଗ ଦର୍ଶନ କରିଥିଲେ | ଡ଼ି. ଡ଼ି. ଆର. ସି ର ଶ୍ରୀ ଅକ୍ଷୟ କୁମାର ପଣ୍ଡା, ଡ଼ି.ଡ଼ି. ଆର. ଓ ଡ଼ି. ଡ଼ି ଆର. ସି. ଟିକାବାଲି ସଂକ୍ଷପ ରେ ଅବଶ୍ୟକ ତାଲିମ ଦେଇ ଥିଲେ | ଉକ୍ତ କାର୍ଯ୍ୟକ୍ରମ କୁ ଡ଼ି. ଏସ. ଏସ. ଓ କନ୍ଧମାଳ ଶ୍ରୀ ବଳରାମ ସେଠୀ ପରିଚାଳନା କରିଥିଲେ | ବନବାସୀ ସେବା ସମିତି ର କମିଟି ତଥା ଜିଲ୍ଲା ଭିର୍ନକ୍ଷମ କଲ୍ୟାଣ ବିଭାଗ ର କର୍ମୀ ମାନେ ସହଯୋଗ କରିଥିଲେ |