
ବାଲିଗୁଡ଼ା,୨୭/୭{ସୁକାନ୍ତ କୁମାର ତ୍ରିପାଠୀ} : ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ ଟିମ ତିନି ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ରେଭିନ୍ୟୁ ଇନ୍ସପେକ୍ଟର । କନ୍ଧମାଳ ଜିଲ୍ଲା ଖଜୁରୀପଡା ତହସିଲ ଅନ୍ତର୍ଗତ ଗୁଦାରୀ ଆରଆଇ ସୁନୀଲ ଦିଗାଲ । ସେହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଜମି ପାର୍ଟିସନ କରିଦେବା ଲାଗି ତିନି ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଫଳରେ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ।ମଙ୍ଗଳବାର ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ତିନି ହଜାର ଟଙ୍କା ଲାଞ୍ଚ ନେବାବେଳେ ପୂର୍ବରୁ ଯୋଜନା ମୁତାବକ ଛକି ବସିଥିବା ଭିଜିଲାନ୍ସ ଟିମ୍ ଧରିଥିଲେ । ଆରଆଇ ଦିଗାଲଙ୍କ ନିକଟରୁ ତିନି ହଜାର ଲାଞ୍ଚ ଟଙ୍କା ଉଦ୍ଧାର କରି ଗିରଫ କରିବା ସହ ଆରଆଇ କାର୍ଯ୍ୟାଳୟକୁ ମଧ୍ୟ ତଲାସୀ କରୁଛନ୍ତି ।



