
୨୬/୦୭/୨୧ (ଜିଲ୍ଲା ଖବର) : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା। ଆଜି ମଧ୍ୟାହ୍ନରେ ରାଜ୍ୟପାଳଙ୍କୁ ଭେଟି ସେ ନିଜ ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି।
ସେ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଏହି ପାଳିରେ ଆଜି ତାଙ୍କ କାର୍ଯ୍ୟକାଳକୁ ୨ ବର୍ଷ ପୂରଣ ହୋଇଛି। ତେବେ ତାଙ୍କ ଉତ୍ତରାଧିକାରୀ କିଏ ହେବ ତାହାକୁ ନେଇ ତର୍ଜମା କରୁଛି ବିଜେପି କେନ୍ଦ୍ରୀୟ ଟିମ୍। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ କରିବାକୁ ବାଜପେୟୀ ଜୀ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ୟେଦି ଏହି ପ୍ରସ୍ତାବରେ ରାଜି ନ ଥିଲେ । ସେ କର୍ଣ୍ଣାଟକରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ ଓ ପରବର୍ତ୍ତି ସମୟରେ ତାହା ହିଁ ହୋଇଥିଲା ।
ବିଜେପି ସାଧାରଣ ସମ୍ପାଦକ ସିଟି ରବି କହିଛନ୍ତି, ୟେଦ୍ୟୁରପ୍ପା ଇସ୍ତଫା ଘୋଷଣା କରିଥିଲେ ମଧ୍ୟ ଆଗାମୀ ଦିନରେ ସେ ଉଭୟ ସରକାର ଏବଂ ବିଜେପିକୁ ମାର୍ଗଦର୍ଶନ ଦେବେ।


