
୨୬/୦୭/୨୧ (ଜିଲ୍ଲା ଖବର) : ମହାରାଷ୍ଟ୍ରରେ କମୁନି ଜଳ ତାଣ୍ଡବ । ବର୍ଷା, ବଢ଼ି ପରେ ବଢ଼ିଛି ବିପଦ । ଖାସକରି କୋହ୍ଲାପୁରରେ ଧସିଲା ରାସ୍ତା । ମଲାଡରେ ଘର ସହ ସବୁକିଛି ଭସାଇନେଲା ପାଣି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ୧୨୦ରୁ ଅଧିକ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି ।
ଲଗାତାର ୩ଦିନର ବର୍ଷା ପରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଅବଶ୍ୟ କୋହ୍ଲାପୁର ଓ ସାଙ୍ଗଲିରେ ପୂର୍ବ ଅପେକ୍ଷା ସ୍ଥିତିରେ ସୁଦାର ଆସିଛି, ତେବେ ବିପଦ ଏବେ ବି ଟଳିନି । ଏବେ ବି ରାସ୍ତା ଓ ଘର ପାଣି ଘେରରେ । ପଞ୍ଚଗଙ୍ଗ ନଦୀରେ କମୁଛି ଜଳସ୍ତର । ଜିଲ୍ଲାରେ ୧ ଲକ୍ଷ ୪୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇସାରିଛି । ଏଥିସହିତ ରବିବାର ରାତିସୁଦ୍ଧା ୨ ଲକ୍ଷ ୩୦ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ରିଲିଫ ଓ ପୁନର୍ବାସ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟରୁ ଜଣାଯାଇଛି ।


