Home ଆଞ୍ଚଳିକ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ରୂପେ ପାଳନ କରୁଛି ଦେଶ

ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ରୂପେ ପାଳନ କରୁଛି ଦେଶ

7

୨୬/୦୭/୨୧ (ଜିଲ୍ଲା ଖବର) : ଆଜି କାର୍ଗିଲ ବିଜୟ ଦିବସ । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ରୂପେ ପାଳନ କରୁଛି ଦେଶ । ୧୯୯୯ ମସିହାରେ ପାକିସ୍ତାନୀ ସେନା କାଶ୍ମୀରର କାର୍ଗିଲ ଅଞ୍ଚଳରେ ଅନୁପ୍ରବେଶ କରିଥିଲା। ପାକିସ୍ତାନ ସେନାକୁ ଭାରତୀୟ ମାଟିରୁ ବିତାଡିତ କରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ୍ ବିଜୟ।

୬୦ ଦିନରେ ଲଢ଼େଇ ପରେ ଆଜିର ଦିନରେ ବିଜୟ ଲାଭ କରିଥିଲା ଭାରତୀୟ ସେନା। ଏହି ଯୁଦ୍ଧରେ ୫୨୭ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ସେହି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆଜି ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।