
ନୂଆଦିଲ୍ଲୀ, ୨୬/୦୭/୨୧ (ଜିଲ୍ଲା ଖବର) : ଆଜି କାର୍ଗିଲ ବିଜୟ ଦିବସ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ୍ ବିପିନ ରାଓ୍ୱତ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ସିଡିଏସ୍ ବିପିନ ରାଓ୍ୱତ ଲଦାଖର ଦ୍ରାସରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।
ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ରାଷ୍ଟ୍ରପତି ୪ ଦିନିଆ ଜମ୍ମୁ କଶ୍ମରୀ ଓ ଲଦାଖ ଗସ୍ତରେ ଅଛନ୍ତି। ସେହିପରି ଦିଲ୍ଲୀ ସ୍ଥିତ ନ୍ୟାସନାଲ ଓ୍ବାର ମେମୋରିଆଲରେ ଆୟୋଜିତ କାର୍ଯ୍ୟକ୍ରମରେ କାର୍ଗିଲରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ। ଅନ୍ୟପକ୍ଷରେ ୧୯୯୯ ମସିହା କାର୍ଗିଲ ଯୁଦ୍ଧରେ ଯେଉଁମାନେ ଦେଶକୁ ବିଜୟୀ କରାଇଛନ୍ତି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି।



