
ଭୁବନେଶ୍ୱର, ୨୬/୦୭/୨୧ (ଜିଲ୍ଲା ଖବର) : ଦୀର୍ଘ ଦିନର ବ୍ୟବଧାନ ପରେ ଆଜିଠୁ ଖୋଲିବାକୁ ଯାଉଛି ସ୍କୁଲ୍ । କୋଭିଡ କଟକଣା ଭିତରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ପିଲାମାନେ ପାଠ ପଢିବେ । ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଏସଓପି ଜାରି କରାଯାଇଛି । ଶୃଙ୍ଖଳିତ ଓ କୋଭିଡ କଟକଣା ନିୟମ ମାନି ଭିତରେ ପିଲିମାନେ ପାଠ ପଢିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ସେପଟେ ସ୍କୁଲ ଆସିବା ପାଇଁ ଅବିଭାବକଙ୍କ ଅନୁମତି ବାଧ୍ୟତା ମୂଳକ କରାଯାଇଥିବା ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।
ସେହିପରି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ନୋଡାଲ ଅଧିକାରୀ ମାନେ ସ୍କୁଲ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଗୁଡିକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଥିବା ବେଳେ ମାସ୍କ ଏବଂ ସାମାଜିକ ଦୂରତା ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଜଣାପଡ଼ିଛି।


