Sunday, November 15, 2026
Home ଆଞ୍ଚଳିକ ଚର୍ଚ୍ଚାରେ ଐଶର୍ଯ୍ୟା

ଚର୍ଚ୍ଚାରେ ଐଶର୍ଯ୍ୟା

11

ନୂଆଦିଲ୍ଲୀ, ୨୬/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନ ତାଙ୍କର ଅଭିନୟ ସହିତ, ତାଙ୍କର ସୁନ୍ଦରତାକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଏବେ କିଛି ଖାସ୍ କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି ଐଶର୍ଯ୍ୟା ।  ଅଭିନେତ୍ରୀ ଦ୍ବିତୀୟ ଥର ପ୍ରେଗନେଣ୍ଟ ଥିବା ନେଇ ନିକଟରେ ଚର୍ଚ୍ଚା ଯୋର ଧରିଛି । ତାଙ୍କର କିଛି ଫଟୋ ଏବେ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ଫ୍ୟାନ୍ସ ଅନୁମାନ କରୁଛନ୍ତି ଯେ, ସେ ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବୋଲି । କିନ୍ତୁ ଏହି ଖବରକୁ ନେଇ ଏବେ ଯାଏଁ ଐଶର୍ଯ୍ୟା କିମ୍ବା ତାଙ୍କ ପରିବାର ତରଫରୁ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ ।    

ତାଙ୍କର ଭାଇରାଲ ହେଉଥିବା ଫଟୋକୁ  ବିରଲଭୟାନି ଅଧିକାରିକ୍ ସୋସିଆଲ ମିଡିଆ ଆକାଉଂଟରେ  ସେୟାର କରାଯାଇଛି । ଯେଉଁଠି ସେ ଟିକେ ଅଧିକା ମୋଟା ଦେଖା ଯାଉଛନ୍ତି । ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।