
୨୬/୦୭/୨୧ (ଜିଲ୍ଲା ଖବର) : ଆଜି କାର୍ଗିଲ ବିଜୟ ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ୍ ବିପିନ ରାଓ୍ୱତ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। କାରଗୀଲ୍ ବିଜୟ ଦିବସର ୨୨ ବର୍ଷ ପୂରଣ ଅବସରରେ ରାଷ୍ଟ୍ରପତି ଯୁଦ୍ଧ ସ୍ମାରକୀରେ ଶହୀଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା କାର୍ଯ୍ୟକ୍ରମ ଥିଲା। କିନ୍ତୁ ଖରାପ ପାଗ ଯୋଗୁଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡ୍ରାସ୍ସ୍ଥିତ କାରଗୀଲ ଯୁଦ୍ଧ ସ୍ମାରକୀରେ ପହଞ୍ଚିପାରି ନାହାନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ବାତିଲ କରାଯାଇଛି ।
ରାଷ୍ଟ୍ରପତି ଗୁଲମାର୍ଗ ଗସ୍ତ କରିବା ସହିତ ସେଠାରେ ଭାରତୀୟ ଯବାନଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ରାଷ୍ଟ୍ରପତି ବାରମୁଳା ସ୍ଥିତ ଯୁଦ୍ଧ ସ୍ମାରକୀରେ ଶହୀଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।


