
ନୂଆଦିଲ୍ଲୀ, ୨୬/୦୭/୨୧ (ଜିଲ୍ଲା ଖବର) : ଟେଲି ଧାରାବାହିକ ‘ଦିଆ ଔର ବାତି ହମ୍’ରେ ସଂଧ୍ୟା ରାଠି ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ସିଂଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି । ୨୬ ଜୁଲାଇ ୧୯୮୯ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସଂଧ୍ୟା ରାଠି ଚରିତ୍ରକୁ ନେଇ ବେଶ ଲୋକପ୍ରିୟ ହୋଇଥିଲେ ଦୀପିକା ସିଂ । ଅଭିନୟ ଦୁନିଆଁରେ ପାଦ ଥାପିବା ପାଇଁ ବେଶ ପରିଶ୍ରମ କରିଛନ୍ତି ଦୀପିକା । ସେ ସବୁବେଳେ ନିଜ କାମକୁ ଭଲ କରିବାକୁ ଚେଷ୍ଟା କରନ୍ତି ।
୨୦୧୪ରେ ଦୀପିକା, Rohit Raj Goyalଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।


