Home ଅପରାଧ ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ପାଣି ଉଠାଇବାକୁ ଯାଇ ବୁଡ଼ିଗଲେ ନାବାଳକ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ପାଣି ଉଠାଇବାକୁ ଯାଇ ବୁଡ଼ିଗଲେ ନାବାଳକ

11

ବାଲେଶ୍ୱର, ୨୬/୦୭/୨୧ (ଜିଲ୍ଲା ଖବର) : ଶ୍ରାବଣ ମାସର ପ୍ରଥମ ସୋମବାର ଆଜି।  ସେଥିଲାଗି ବୋଲ ବମ୍ ଭାର ନେବା ପାଇଁ ଯାଇଥିବା ସମୟରେ ୧୨ ବର୍ଷର ପିଲା ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ବାଲିଆପାଳ ଥାନା ଅନ୍ତର୍ଗତ ମାନପୁର ସୁବର୍ଣ୍ଣରେଖା ନଦୀ ସିଆଡି ଘାଟରେ ଏଭଳି ଅଘଟଣ ଘଟିଛି ।

ସୁଚନା ମୁତାବକ,  ବାଲିଆପାଳ ଥାନା ଧର୍ମ ଦ୍ୱାର ଗ୍ରାମର ପୁର୍ଣ୍ଣଚନ୍ଦ୍ର ରାଣାଙ୍କ ଦୁଇପୁଅ ଶ୍ରାବଣ ସୋମବାରର ଜଳାଭିଷେକ ପାଇଁ ସୁବର୍ଣ୍ଣରେଖା ନଦୀକୁ ପାଣି ଆଣିବା ଯାଇଥିଲେ । ତେବେ ବୁଡ଼ ମାରିବା ବେଳେ ଦୁଇ ଭାଇ ବୁଡି ଯାଇଥିଲେ । ସ୍ଥାନିୟ ଲୋକେ ଦେଖି ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟଜଣେ ଭାଇ ନିଖୋଜ ଅଛି । ତେବେ ଅଗ୍ନିଶମ ବାହିନିକୁ ଖବର ଦେବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ପିଲାକୁ ଖୋଜା ଖୋଜି ଜାରି ରଖିଛି । ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ସମସ୍ତ ରାଜ୍ୟରେ ବୋଲବମ ଉପରେ ଲାଗିଛି ରୋକ୍ ।