
ଜଟଣୀ,୨୬/୭(ଜିଲ୍ଲା ଖବର) : ଜଟଣୀ ପୈାରପରିଷଦରେ ବିଗତ ଦିନରେ କାର୍ଯ୍ୟନିର୍ବାହୀ ଅଧିକାରୀଭାବେ ଯୋଗଦେଇଥିବା ତପନ କୁମାର ମହାପାତ୍ର ପୈାରାଚଂଳରେ କୈାଣସି ଉନ୍ନତିକରଣ କରିନଥିବା ଜଣେ ଅପାରଗ ଅଧିକାରୀଙ୍କୁ କିପରି ରାଜ୍ୟ ସରକାର ଜଟଣୀ ତହସିଲଦାର ନିଯୁକ୍ତି ଦେଇଛନ୍ତି ତାହା ଏବେ ଜଟଣୀବାସୀଙ୍କ ପ୍ରଶ୍ନବାଚୀ । ଏକର ଏକର ସରକାରୀ ଜମିକୁ ମାଫିଆମାନେ ଜବରଦଖଲ କରିଥିବା ବେଳେ ଆଉ କେତେକ ନାଳ,ରାସ୍ତା ଉପରେ ଘର କରି ଅବରୋଧ କରିଥିବା ନେଇ ଅଭିଯୋଗ ବାରମ୍ବାର ହେଲାଣି । ମାତ୍ର ଏସବୁକୁ ଭୃକ୍ଷେପ ନକରି ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର ଅଭିଯୋଗଧରି ଚୁପ କାହିଁକି ବୋଲି ଜଟଣୀରବାସୀଙ୍କ କ୍ଷୋଭ ପ୍ରକାଶ ପାଇଛି । ଜଣେ ବିଜେଡି ନେତାଙ୍କ ଛତ୍ରଛାୟାତଳେ ରହି କାର୍ଯ୍ୟକରୁଥିବାରୁ ଅନେକ ସମୟରେ ଅନ୍ୟ ଦଳର ଲୋକମାନଙ୍କ ଅଭିଯୋଗକୁ ଶୁଣୁ ନାହାନ୍ତି ବୋଲି ଜଟଣୀବାସୀ ଅଭିଯୋଗରେ ଦର୍ଶାଇଛନ୍ତି । ବିଗତ ଦିନରେ ସରକାରୀ ଛୁଟିଦିନରେ ଜମିପଟ୍ଟା ବାଟିଂ ଜଟଣୀର ସର୍ବସାଧାରଣଙ୍କ ଆକ୍ରୋଶର ଶିକାର ହୋଇ ବିବାଦ ଘେରକୁ ଆସିଥିଲେ ଉକ୍ତ ତହସିଲଦାର ଜଣଙ୍କ । ଅନ୍ୟପଟେ ସରକାରଙ୍କ ନିୟମନୁସାରେ ତହସିଲଦାର କାର୍ଯ୍ୟାଳୟଠାରୁ ୭କିମି ପରିଧୀ ମଧ୍ୟରେ ରହିବାକୁ ଆଇନ ରହିଥିବା ବେଳେ ବାବୁ ଜଣଙ୍କ ରହୁଛନ୍ତି ରାଜଧାନୀ ଭୂବନେଶ୍ୱରର କେଦାରଗୈାରୀ ଆପାର୍ଟମେଂଟରେ । ଗରୀବ ଅସହାୟ ଲୋକମାନଙ୍କର ଶହଶହ ବିଭିନ୍ନ ଜମିଜମା ଅଭିଯୋଗ ତହସିଲଦାରଙ୍କ ନିକଟରେ ରହିଥିବା ବେଳେ କୈାଣସି ଅଭିଯୋଗକୁ ଖାତିର କରୁନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଶୁକ୍ରବାର ଜଣେ ଅନାମଧେୟ ବ୍ୟକ୍ତିଙ୍କ ଅଭିଯୋଗରେ ଜଟଣୀ ଅଂଚଳର କାର୍ଯ୍ୟରତ ସାମ୍ବାଦିକମାନଙ୍କଲାଗି ଉର୍ଦ୍ଧିଷ୍ଟ ସାମାଦିକଭବନର ପାଚେରୀକୁ ଶୁକ୍ରବାର ଜଟଣୀ ତହସିଲଦାର ଜବରଦଖଲ କରିଥିବା ଦର୍ଶାଇ ଭାଙ୍ଗିଦେଇଛନ୍ତି । ତେଣୁ ଏନେଇ ସ୍ଥାନୀୟ ଜନସାଧାରଣଙ୍କ ପୁଣିଥରେ ଆକ୍ରୋଶର ଶିକାର ହୋଇଛନ୍ତି । ଏନେଇ ତହସିଲଦାର ତପନ କୁମାର ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ନିର୍ମାଣଧୀନ ପାଚେରୀ ଉପରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ । ତାହା ବେଆଇନ ହୋଇଥିବା ଅଭିଯୋଗରେ ଦର୍ଶାଇଥିଲେ, ତେଣୁ ଭାଙ୍ଗିଦିଆଗଲା ବୋଲି କହିଛନ୍ତି । ଏହା ଏକ ସଂଗଠନ ଘର ସମୁଖରେ ହୋଇଥିବାରୁ ଭଙ୍ଗାଗଲା ବୋଲି କହିଲେ । ଭାଙ୍ଗିବା ସମୟରେ ଅଭିଯୋଗ ହୋଇନଥିବା ସାମ୍ବାଦିକ ପ୍ରକୋଷ୍ଠ ସମୁଖରେ ରହିଥିବା ପାଚେରୀକୁ ମିଶାଇ ଭାଙ୍ଗିଦେଇଥିଲେ । ଏ ସମନ୍ଧରେ ତହସିଲଦାର କୈାଣସି ସନ୍ତୋଷଜନକ ଉତର ଦେଇପାରି ନଥିଲେ । ଏନେଇ ସ୍ଥାନୀୟ ବାସିନ୍ଦାମାନେ ପଚାରିବାରେ ସେ କହିଥିଲେ ଯେ, ଏହି ପାଚେରୀ ସରକାରୀ କୂଅକୁ ଅବରୋଧ କରୁଥିବାରୁ ଭାଙ୍ଗିଦିଆଗଲା । ଫଳରେ ଏପର୍ଯ୍ୟନ୍ତ ଜଟଣୀବାସୀ, ସ୍ଥାନୀୟବାସିନ୍ଦା ଏବଂ ସାମ୍ବାଦିକମାନେ ବୁଝିପାରିଲେ ନାହିଁ ଯେ କେଉଁ ଉଦ୍ୟେଶ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସାମ୍ବାଦିକଭବନ କାର୍ଯ୍ୟାଳୟର ପାଚେରୀକୁ ଭାଙ୍ଗିଦେଲେ । ସାମ୍ବାଦିକ ଓ ସ୍ଥାନୀୟବାସିନ୍ଦାମାନଙ୍କ ସହଯୋଗରେ ପରିତ୍ୟକ୍ତ ମୁକୁଳା କୂଅରୁ ଜନଜିବନକୁ ରକ୍ଷା କରିବାଲାଗି ଗଢାଯାଇଥିବା ଛୋଟିଆ ପାଚେରୀକୁ କୂଅ ଅବରୋଧର କାରଣ ଦର୍ଶାଇ ତହସିଲଦାର ଭାଙ୍ଗିଦେଲେି । ସାମ୍ବାଦିକଭବନ ସମୁଖରେ ରହିଥିବା ଉକ୍ତ କୂଅର କୈାଣସି ସୁରକ୍ଷା ନନେବାରୁ ସେଥିରେ ମୁକୁଳା ଅବସ୍ଥାରେ ପଡିରହିଲା । ଫଳରେ ଜଣେ ମହିଳାଙ୍କ ସମେତ ୫ରୁ ଉର୍ଦ୍ଧ୍ୱ ଗାଈ, ଗୋରୁ ପଡି ମୃତ୍ୟୁ ବରଣ କରିଥିଲେ । ଅନ୍ୟପଟେ ଜବରଦଖଲ ଉଛେଦଲାଗି ଲୋକମାନଙ୍କର ବର୍ଷବର୍ଷରୁ ଅଭିଯୋଗ ପତ୍ରର ଫାଇଲ ଉପରେ ତହସିଲ କାର୍ଯ୍ୟାଳୟରେ ଧୂଳି ଚଢିଯାଇଥିବା ବେଳେ ଜଣେ ଅନାମଧେୟ ବ୍ୟକ୍ତିର ଅଭିଯୋଗରେ ମାତ୍ର କେଇ ଘଂଟା ମଧ୍ୟରେ ଉଛେଦ କରିବା ଘଟଣା ତହସିଲଦାରଙ୍କ ଭୂମିକା ଉପରେ ସନ୍ଦେହ ସୃଷ୍ଟି କରିଛି । ଜଟଣୀ ପୈାରପରିଷଦର ୱାର୍ଡ ନଂ ୧୨ରେ ୨୦୦୫ ମସିହାରେ ତତକାଳିନ ବିଧାୟକଙ୍କ ଅର୍ଥଅନୁଦାନରେ ସାମ୍ବାଦିମାନଙ୍କ ପାଇିଁ ସାମ୍ବାଦିକଭବନ ଏବଂ ସର୍ବସାଧାରଙ୍କଲାଗି ଏହାର ନିକଟକୁ ଲାଗି ଏକ ପାଠାଗାର ନିର୍ମାଣ କରାଯାଇଥିଲା । କିଛିଦିନ କାର୍ଯ୍ୟକ୍ଷମ ହେବାପରେ ଉକ୍ତ ସାମ୍ବାଦିକ ଭବନଟି ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା । ମାତ୍ର ଏହାର ସୁଯୋଗନେଇ ଜଣେ ଅସାମାଜିକ ବ୍ୟକ୍ତି ନିଜ ଅକ୍ତିଆରକୁ ନେଇ ଯାଇଥିଲା । କାଳକ୍ରମେ ସାମ୍ବାଦିକମାନଙ୍କ ସଂଖ୍ୟା ବଢିବା ସହିତ ସରକାରୀ ଅନୁଦାନର ଅବକ୍ଷୟ ହେଉଥିବା ନେଇ କାର୍ଯ୍ୟରତ ଜଟଣୀର ସାମ୍ବାଦିକମାନେ ଏକତ୍ରିତ ହୋଇ ଏହି ଗୃହଟିକୁ ଉକ୍ତ ଅସାମାଜିକ ବ୍ୟକ୍ତି ନିକଟରୁ ମୁକୁଳାଇ ପୁନରୁଧାର କରିଥିଲେ । ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ଏହି ସାମ୍ବାଦିକମାନେ ନିଜ ଅର୍ଥରୁ ଖର୍ଚ୍ଚକରି ନିଜ ସାମ୍ବାଦିକଭବନଟିକୁ ଅସାମାଜିକମାନଙ୍କ କବଳରୁ ମୁକୁଳେଇ ଆଣି ପୁନରୁଧାର କରିଥିଲେ । ଅନ୍ୟପଟେ ଏହି ସାମ୍ବାଦିକ ପ୍ରକୋଷ୍ଠକୁଲାଗି ସର୍ବସାଧାରଙ୍କ ପାଇଁ ୨୦୦୫ ମସିହାରେ ତତକାଳିନ ବିଧାୟକଙ୍କ ଅର୍ଥରୁ ଏକ ପାଠାଗାର ନିର୍ମାଣ ହୋଇଥିଲା । କିଛିଦିନ ଏହାର କାର୍ଯ୍ୟକ୍ଷମ ହେବା ସହିତ ବନ୍ଦହୋଇ ପଡିରହିଲା । ଏହାର ସୁଯୋଗନେଇ କେତେକ ଅସାମାଜିକ ବ୍ୟକ୍ତି ନିଜ ଅକ୍ତିଆରକୁ ନେଇ ସେଠାରେ ରହିଥିବା ପାଠାଗାରର ସମସ୍ତ ବହିପତ୍ର ଏବଂ ଆସବାବପତ୍ରକୁ ନେଇ ସେଠାରେ ମଦ୍ୟପଙ୍କ ଆଡା ଖୋଲିଦେଇଥିଲେ । ରାତି ତମାମ ଅସାମାଜିକ କାର୍ଯ୍ୟ ଏବଂ ମଦମାଂସରେ ପାଠାଗାର ଗୃହଟି ହୁଲସ୍ତୁଲ ହୋଇଥିଲା । ତେଣୁ ଏନେଇ ସ୍ଥାନୀୟ ଲୋକେ ଭୟଭିତ ହୋଇ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୁଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ତେଣୁ ଏହାକୁ ବନ୍ଦ କରିବାଲାଗି ସ୍ଥାନୀୟ ବାସିନ୍ଦାମାନେ ବହୁ ଚେଷ୍ଟାକରି ନିରାଶ ହୋଇ ସାମ୍ବାଦିକମାନଙ୍କୁ ଗୋପନରେ ଅବଗତ କରିଥିଲେ । ତେଣୁ ସର୍ବପରି ସମାଜର ମଙ୍ଗଳକରିବା ଉଦ୍ୟେଶ୍ୟରେ କର୍ତବ୍ୟରତ ସାମ୍ବାଦିକମାନେ ଏକଜୁଟ ହୋଇ ଏହାର ବିରୋଧ କରିଥିଲେ । ତେଣୁ ଉକ୍ତ ଅସାମାଜିକ ବ୍ୟକ୍ତିମାନଙ୍କର ଆକ୍ରୋଶର ଶିକାର ହୋଇଥିଲେ । ତେଣୁ ସର୍ବସାଧାରଙ୍କ ଲାଗି ନିର୍ମାଣ ହୋଇଥିବା ପାଠାଗାର , ପରିତ୍ୟକ୍ତ କୂଅ ଏବଂ ସାମ୍ବାଦିକ ଭବନକୁ ସୁରକ୍ଷାଦେବାଲାଗି ନିଜ ଅର୍ଥରେ ଛୋଟିଆ ପାଚରୀଟିଏ ନିର୍ମାଣ କରିଥିଲେ । ଏହାକୁ ଅବରୋଧ କରାଯାଉଥିବା ଦର୍ଶାଇ ଉକ୍ତ ଅସାମାଜିକ ବ୍ୟକ୍ତିମାନେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାରକରି ତହସିଲଦାର ସାମ୍ବାଦିକମାନଙ୍କୁ ଅବଗତ କରିବା ସହିତ ରାଜସ୍ୱ ନିରୀକ୍ଷକଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଥିଲେ । ତଦନ୍ତ ସମୟରେ ରାଜସ୍ୱ ନିରୀକ୍ଷକ ମହାଶୟା ବିପୁଳ ପରିମାଣର ମଦ ବୋତଲ ଓ ପ୍ଲାଷ୍ଟିକ ଗ୍ଲାସ ପଡିଥିବା ନେଇ ଫଟୋ ଉତୋଳନ କରି ତହସିଲଦାରଙ୍କୁ ଅବଗତ କରାଇଥିଲେ । ମାତ୍ର ଠିକ ଏହାର ପରଦିନ ତହସିଲଦାର ପାଚେରୀକୁ ବେଆଇନ ଦର୍ଶାଇ କାମ ବନ୍ଦ କରିବାକୁ କହିଥିଲେ । କାମ ବନ୍ଦ ମଧ୍ୟ କରାଯିବାପରେ ଶୁକ୍ରବାର ଅତର୍କିତ ଏକ ଭ୍ଗାଯିବାଲାଗି ନୋଟିସ ଜାରି କରିବା ସହିତ ଅଧଘଂଟା ମଧ୍ୟରେ କାହାରିକୁ କିଛି ନଜଣାଇ ନିର୍ମାଣଧିନ ପାଚେରୀକୁ ଭାଙ୍ଗି ଧୂଳିସାତ କରିଦେଲେ ।
ରୀପୋର୍ଟ,ସଞ୍ଜୀବ କୁମାର


