Sunday, October 11, 2026
Home ଆଞ୍ଚଳିକ ସାନଖେମୁନଣ୍ଡିରେ ଛତୁଆ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ….

ସାନଖେମୁନଣ୍ଡିରେ ଛତୁଆ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ….

63

ବ୍ରହ୍ମପୁର (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଙ୍କ ସ୍ଵତନ୍ତ୍ର ବୈଠକ କ୍ରମରେ ଶିଶୁ ବିକାଶ ସେବା ପ୍ରକଳ୍ପ ଅନ୍ତର୍ଗତରେ କରାଯାଇ ଥିବା ଛତୁଆ ବଣ୍ଟନ କ୍ରମକୁ ସଂଶୋଧିତ କରିଥିବା ଜଣାଯାଇଛି l ଏହି ଆଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ କର୍ମୀଙ୍କୁ ସୂଚନା ପ୍ରଦାନ ପରେ ସାନଖେମୁଣ୍ଡି ପ୍ରକଳ୍ପ ଅଞ୍ଚଳ ଅଙ୍ଗନବାଡ଼ି କେନ୍ଦ୍ରରେ ଆଜି ଛତୁଆ। ବଣ୍ଟନ ହୋଇଥିବା ଜଣାଯାଇଛି l ପରିବର୍ତ୍ତିତ ଧାରା ଅନୁଯାୟୀ ମାସର ପହିଲା ତାରିଖରେ ଗର୍ଭବତୀ ଓ ପ୍ରସୂତି ମା, ଜନ୍ମିତ ୬ମାସରୁ ୩ବର୍ଷର ଶିଶୁ ପଞ୍ଜିକୃତ ହିତାଧିକାରୀଙ୍କୁ ବଣ୍ଟନ ବାଧ୍ୟତାମୂଳକ କରାଯାଇଅଛି l ପରନ୍ତୁ ଗ୍ରାମାଞ୍ଚଳ କର୍ମଜୀବୀ ମହିଳା ଙ୍କ ଅଭ୍ୟାସ ଗତ କାରଣ କୁ ନେଇ ଗୋଟିଏ ଦିନରେ ବଣ୍ଟନ ସରୁ ନଥିବାରୁ ପ୍ରଶାସନିକ ସ୍ତରରେ ଏହାକୁ ନେଇ ବିତର୍କ ହୋଇଥିବା ଜଣାଯାଇଅଛି l ଏହି କ୍ରମରେ ଆଜି ମହାନଳା ସ୍ଥିତ୍ ପ୍ରକଳ୍ପ ମୁଖ୍ୟାଳୟ ପାର୍ଶ୍ୱରେ ଥିବା ମହାନଳା ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ମାସିକ ଛତୁଆ ବଣ୍ଟନ ବ୍ୟବସ୍ଥା ସେକ୍ଟର ଅନିତା ପ୍ରଧାନଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିବା ସହିତ ବିଭିନ୍ନ ବର୍ଷର ହିତାଧିକାରୀଙ୍କୁ ଉଦ୍ଧିଷ୍ଟ ଯୋଜନା ଅନୁଯାୟୀ ଛତୁଆ ,ସୁଜି, ସୋୟବିନ,ବାଦାମ ଲଡୁ, ଏବଂ ଖାଇବା ତେଲ ବଣ୍ଟନ କରାଯାଇଥିଲା l କାର୍ଯ୍ୟକ୍ରମକୁ କେନ୍ଦ୍ର କର୍ମୀ ବନିତା କୁମାରୀ ରଥ ପରିଚାଳନା କରିବା ସହିତ ସହାୟିକା ଗୀତାଞ୍ଜଳୀ ମହାରଣା ସହଯୋଗ କରିଥିଲେ l