Wednesday, October 14, 2026
Home ଆଞ୍ଚଳିକ ମନ୍ଦିର ପରିଚାଳନା ସମନ୍ଵୟ ସମିତିର ନୂତନ କାର୍ଯ୍ୟକର୍ତ୍ତା ଚୟନ

ମନ୍ଦିର ପରିଚାଳନା ସମନ୍ଵୟ ସମିତିର ନୂତନ କାର୍ଯ୍ୟକର୍ତ୍ତା ଚୟନ

44

ମୁନିଗୁଡା,25/7 (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ମୁନିଗୁଡା ରାଧାକୃଷ୍ଣ ମନ୍ଦିର ପରିସରରେ ଥିବା କଲ୍ୟାଣ ମଣ୍ଡପ ଠାରେ ମୁନିଗୁଡା, ଗୋବର୍ଦ୍ଧନ, ମୁନିଖୋଲ,ଗୋତିଗୁଡା ଓ ଭୌରବଗଡ଼ ଆଦି ଗ୍ରାମବାସୀଙ୍କ ଉପସ୍ଥିତିରେ ମୁନିଗୁଡା ମନ୍ଦିର ପରିଚାଳନା ସମନ୍ଵୟ ସମିତିର ନୂତନ କାର୍ଯ୍ୟକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସମନ୍ୱୟ କମିଟିର ଆବାହକ ରାଜେନ୍ଦ୍ର ପାତ୍ରଙ୍କ ଆହ୍ୱାନ କ୍ରମେ ମୁନିଗୁଡାର ବରିଷ୍ଠ ବ୍ୟକ୍ତି ତରଣୀ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରଥମେ ସମନ୍ଵୟ ସମିତି ଗଠନ ଠାରୁ ଆଜି ପର୍ଯ୍ୟନ୍ତ ହୋଇଥିବା ଆୟବ୍ୟୟ,ଉର୍ନତି କରଣର ସମସ୍ତ ବିବରାଣୀ ସମ୍ପାଦକ ବିଦ୍ୟାଧର ଦାସ ପଠନ କରିଥିଲେ l ପରେ ରାଧାକୃଷ୍ଣ ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦିର,ରାଧାକୃଷ୍ଣ ମନ୍ଦିରର ପୁରୁଣା କମିଟିକୁ ଭାଙ୍ଗି ନୂତନ କମିଟି ଗଠନ କରିବାକୁ ମନ୍ଦିରର ବରିଷ୍ଠ ସମ୍ପାଦକ ଓ ଉପଦେଷ୍ଟା ଦିବାକର ମିଶ୍ର ସର୍ବ ସମ୍ମୁଖରେ ଘୋଷଣା କରି ନୂତନ କମିଟି ଗଠନ କରିବାକୁ ଆହ୍ୱାନ ଦେଇଥିଲେ l ତେବେ ସର୍ବ ସମ୍ମତି କ୍ରମେ ନୂତନ ସମନ୍ୱୟ ସମିତିର ସଭାପତି ଭାବେ ପୂର୍ଣଚନ୍ଦ୍ର ଗୌଡ଼,ସମ୍ପାଦକ ଭାବେ ଅଶ୍ୱିନୀ ପଣ୍ଡା,କୋଷାଧକ୍ଷ ଭାବେ ସନ୍ତୋଷ କୁମାର ବ୍ରହ୍ମା,ଉପସଭାପତି ଭାବେ କେ.ରମେଶ ରାଜୁ,ଉପଦେଷ୍ଟା ଭାବେ ତରଣୀ ଚୌଧୁରୀ,ସନ୍ତୋଷ ସାହୁ,ଦିବାକର ମିଶ୍ର,ରାମଚନ୍ଦ୍ର ବେହେରା,ଭାଗିରଥି ନାଗ,ବଙ୍କିମ ଚନ୍ଦ୍ର ସାହୁ,ସେହିପରି ଜଗନ୍ନାଥ ମନ୍ଦିରର ନୂତନ କମିଟିରେ ସଭାପତି ଭାବେ ବିଦ୍ୟାଧର ଦାସ,ସମ୍ପାଦକ କେ.ସତ୍ୟନାରାୟଣ ବାବୁଜି, କୋଷାଧକ୍ଷ ଅଜିତ କୁମାର ସାହୁ ଏବଂ ରାଧାକୃଷ୍ଣ ମନ୍ଦିରର ନୂତନ କମିଟିରେ ସଭାପତି ଭାବେ ରତନଲାଲ ଜୈନ,ସମ୍ପାଦକ ମନୋଜ କୁମାର ଚୌଧୁରୀ ଓ କୋଷାଧକ୍ଷ ଭାବେ ବଳରାମ ନାୟକ ପ୍ରମୁଖ ଚୟନ କରାଯାଇଛି l ଏଥିସହ ଅନ୍ୟ ବିଭିନ୍ନ ଗ୍ରାମ ଓ ସାହିର 26 ଜଣକୁ ସଦସ୍ୟ ଭାବେ ଚୟନ କରାଯାଇଛି l ଏହି ଅବସରରେ ସର୍ବ ସମ୍ମୁଖରେ ଗତ ଦୀର୍ଘ ବର୍ଷ ଧରି ଜଗନ୍ନାଥ ଓ ରାଧାକୃଷ୍ଣ ମନ୍ଦିରର ସମସ୍ତ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇ ଆସୁଥିବା ବରିଷ୍ଠ ବ୍ୟକ୍ତି ଦିବାକର ମିଶ୍ର ସମସ୍ତ ନଥିପତ୍ର ବର୍ତମାନ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କମିଟିର କାର୍ଯ୍ୟକର୍ତ୍ତା ଓ ସମ୍ପାଦକ ଅଶ୍ୱିନୀ ପଣ୍ଡାଙ୍କୁ ହସ୍ତାନ୍ତର କରିଥିଲେ l ପରେ ଶ୍ରୀ ମିଶ୍ରଙ୍କୁ କମିଟି ଦ୍ୱାରା ଉପ ଡଉଙ୍କନ ଦେଇ ସମ୍ମାନିତ କରାଯାଇଥିଲା l ନୂତନ କର୍ମକର୍ତ୍ତା ଓ ସଦସ୍ୟ ମାନେ ଆଗାମୀ ଏହି ସମସ୍ତ ମନ୍ଦିରର ଦାୟିତ୍ୱ ସୂଚାରୁ ରୂପେ ପାଳନ କରିବାକୁ ଶପଥ ଗ୍ରହଣ କରିଥିଲେ l

ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।