
ବାଲିଗୁଡ଼ା,୨୫/୭{ସୁକାନ୍ତ କୁମାର ତ୍ରିପାଠୀ} : ବାଲିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଦିନ 11 ଘଣ୍ଟା ସମୟରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ସଭାପତି ଶ୍ରୀ ରବୀନ କୁମାର ମିଶ୍ର ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ | ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନିରଞ୍ଜନ ଡାକୁଆ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ | ସମ୍ପାଦକ ଶ୍ରୀ ମାନସ ରଞ୍ଜନ ଆଚାର୍ଯ୍ୟ ବୈଠକ ଆହ୍ୱାନର ଆଭିମୁଖ୍ୟ ବର୍ଣନା କରିଥିଲେ | ଅଭିଭାବକ ମାନେ ନିଜ ନିଜ ଶିଶୁଙ୍କ ସୁବିଧା ଅସୁବିଧା ବିଷୟରେ ଉପସ୍ଥାପନ କରିବା ସହିତ କୋଭିଡ ନିୟମ କୁ ମାନି ନିଜ ନିଜ ଶିଶୁଙ୍କୁ ବିଦ୍ୟାଳୟ କୁ ପଠାଇବା ପାଇଁ ସହମତି ପତ୍ର ସ୍ଵାକ୍ଷର କରି ଦେଇଥିଲେ | ଆଚାର୍ଯ୍ୟା ମମତା ମହାରଣା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ସହ ପ୍ରଧାନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ | ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ପରିଚାଳନା ସମିତି ର ଅନ୍ୟ କର୍ମକର୍ତା ଓ ଅଭିଭାବକ ସହଯୋଗ ରେ ବୈଠକ ଟି ସଫଳ ହୋଇଥିଲା |






