Tuesday, October 13, 2026
Home ଆଞ୍ଚଳିକ ବାଲିଗୁଡା ବରିଷ୍ଟ ଆଇନଜୀବୀଙ୍କ ଦେହାନ୍ତ

ବାଲିଗୁଡା ବରିଷ୍ଟ ଆଇନଜୀବୀଙ୍କ ଦେହାନ୍ତ

24

ବାଲିଗୁଡ଼ା, 25/07 {ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲାର ବାଲିଗୁଡା ଠାରେ ବରିଷ୍ଟ ଆଇନଜୀବୀଙ୍କ ଗତକାଲି ଦେହାନ୍ତ ହୋଇଯାଇଛି | ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଛି |ତାଙ୍କର ନାମ ଭାଗିରଥି ରାଉତରାୟ,ବୟସ 71ବର୍ଷ, ସେ ବାଲିଗୁଡା ରେ ଆଇନଜୀବୀ ତଥା ସରକାରି ଓକିଲ ଭାବେ କାମ କରୁଥିଲେ | ତାଙ୍କର ମରଶରୀର କୁ ନିଜ ଗ୍ରାମ ନୟାଗଡ ଜିଲ୍ଲା କନିପଦା ଠାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି | ତାଙ୍କର ବିୟୋଗ ରେ ବାଲିଗୁଡା ରେ ଶୋକର ଛାୟା ଖେଳିଯାଇଛି |