
ବଲାଙ୍ଗୀର,୨୫/୦୭/୨୧ (ଜିଲ୍ଲା ଖବର) : ପ୍ରଧାନମନ୍ତ୍ରୀ ଆବାସ ଘର ବଣ୍ଟନକୁ ନେଇ ମନ୍ତ୍ରୀଙ୍କୁ ଘେରିଲେ ଲୋକେ। ପ୍ରଧାନମନ୍ତ୍ରୀ ଆବାସ ଘର ବଣ୍ଟନକୁ ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ।
କୋଶଳ ସ୍ଵାଭିମାନ ପଦଯାତ୍ରା ସମୟରେ ମନ୍ତ୍ରୀଙ୍କୁ ଘେରିଲେ ସ୍ଥାନୀୟ ଯୁବକ ମାନେ। ଏହାର ଏକ ଭିଡିଓ ଭାଇରାଲ ହୋଇଛି। କୋଶଳ ଯୁବମୋର୍ଚ୍ଚାର ସଦସ୍ୟଙ୍କୁ ଅଟକ ରଖିଛି ସଇଁତଲା ପୋଲିସ।
ଗତ ଏକ ମାସ ଭିତରେ ବଲାଙ୍ଗୀର ତୁଷୁରାଠାରେ ମଧ୍ୟ ମନ୍ତ୍ରୀଙ୍କୁ ଦୁଇ ଥର କଳାପତାକା ପ୍ରଦର୍ଶନ କରିଥିଲେ ତୁଷୁରା ୟୁଥ ଏକ୍ସନ କମିଟିର ସଦସ୍ୟମାନେ।



